ପୁଣି ନବୀନ ଦେଶର ନମ୍ବର ଓ୍ୱାନ୍ ମୁଖ୍ୟମନ୍ତ୍ରୀ : ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ନେତା ଓ କର୍ମୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ନବୀନ ପୁଣି ନମ୍ବର ୱାନ୍ । ଦେଶର ସବୁଠୁ ଭଲ ଆଉ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ । ସି-ଭୋଟର ଓ ଏବିପି ଦେଶ୍ କା ମୁଡ୍ ସର୍ଭରୁ ଏହା ଜଣାପଡ଼ିଛି । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ନବୀନ । ବର୍ଷ ଆରମ୍ଭରୁ  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ନମ୍ବର ୱାନ୍ ସାର୍ଟିଫିକେଟ୍ । ଏହି ରିପୋର୍ଟ ପରେ ବିଜେଡିରେ ଉତ୍ସାହର ମାହୋଲ ଦେଖାଦେଇଛି । ନବୀନ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କ ନିକଟକୁ ଛୁଟୁଛି ଶୁଭେଚ୍ଛାର ସୁଅ । ବିଜେଡି ନେତା ଓ କର୍ମୀ ନବୀନ ନିବାସକୁ ଆସି ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କୃତଜ୍ଞତା ଜଣାଇଛନ୍ତି । ଏକ ବିରାଟ ପଟୁଆରରେ ଦଳୀୟ କାର୍ଯ୍ୟାଳୟରୁ ଶୋଭାଯାତ୍ରାରେ ଆସି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୨୦ ବର୍ଷ ମଧ୍ୟରେ ଯାହା ବି ସମସ୍ୟା ଆସିଛି ତାକୁ ସମାଧାନ କରି ଆଗକୁ ବଢିଛନ୍ତି ନବୀନ । ସେଥିପାଇଁ ଓଡିଶାର ବିକାଶ ହୋଇଛି ଏବଂ ନବୀନ ନମ୍ବର ୱାନ୍ ହୋଇପାରିଛନ୍ତି । ବିରାଟ ପଟୁଆରରେ ନବୀନ ନିବାସ ପହଞ୍ଚି ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିଜେଡି ନେତା ଓ କର୍ମୀ । ଦଳର ସବୁ ଛାମୁଆ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଛା ଜଣାଯାଇଛି ।


ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ, ସଂସଦୀୟ ବ୍ୟାପାରମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ଗଣଶିକ୍ଷାମ ମନ୍ତ୍ରୀ ସମୀର ଦାସ, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ଶାସକ ଦଳର ମୁଖ୍ୟସଚେତକ ପ୍ରମୀଳା ମଲ୍ଲୀକ, ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ,ବିଧାୟକ କିଶୋର ମହାନ୍ତି, ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ସହିତ ଅନ୍ୟ ନେତୃବୃନ୍ଦ ନବୀନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।


ଜାତୀୟସ୍ତରରେର ସମ୍ମାନ ପରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ଦାତା ମାନସ ମଙ୍ଗରାଜ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେବା ପରେ ନବୀନଙ୍କୁ ସେ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଲଗାତାର ଭଲ ପାଇବା ଦେଇଛନ୍ତି ବୋଲି ପ୍ରଣବ କହିଛନ୍ତି । ‘ଲୋକମାନଙ୍କ ସହ ଛିଡ଼ା ହୋଇଛନ୍ତି ମୁଖ୍ୟମନ୍ତ୍ରୀ’ । ସେମାନଙ୍କ ଜୀବନରେ ନବୀନ ପ୍ରକୃତ ପରିବର୍ତ୍ତନ ଆଣିଛନ୍ତି ବୋଲି କହିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟ ହେଉ କି କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି । ଏବିପି ନ୍ୟୁଜ୍‌- ସି ଭୋଟ୍‌ର ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଅନେକ ସର୍ଭେରେ ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଉପଲବ୍ଧି ହାସଲ କରି ସାରିଛନ୍ତି ।

bjd leader congratulates cm naveen patnaik for being most popular chief minister of India