ବଡଚଣାରେ ବିଧାୟକଙ୍କ ଉପସ୍ଥିତିରେ ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ବଡ଼ଚଣା ବିଜେଡିରେ ମିଶ୍ରଣ ପର୍ବ

ବଡ଼ଚଣା : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକର ମାଣ୍ଡୁକା ପଞ୍ଚାୟତର ସରପଞ୍ଚ ସଶ୍ମିତା ଦାସଙ୍କ ନେତୃତ୍ୱ ରେ ୱାର୍ଡ ସଭ୍ୟଙ୍କ ଶତାଧିକ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ବିକାଶ ମୂଳକ କାମରେ ଅନୁପ୍ରାଣିତ ହୋଇ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ଏ ନେଇ ଚଣ୍ଡିଖୋଲ ସ୍ଥିତ ବଡ଼ଚଣା ବିଜେଡି ଅଫିସ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି। ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ସହ ବଡ଼ଚଣା ବିଜେଡିର ବହୁ କମକର୍ତ୍ତା ଉପସ୍ଥିତ ରହିଥିଲେ। ବହୁ ବିଜେଡି କର୍ମୀ ସାମିଲ ହେବା ଦ୍ୱାରା ଆଗାମୀ ଦିନରେ ଦଳକୁ ମଜବୁତ କରିବ ବୋଲି ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି।

bjd joining program in badajana jajpur