ପୋଲସରାରେ ବିଭିନ୍ନ ଦଳର କର୍ମୀ ବିଜେଡିରେ ସାମିଲ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ

ପୋଲସରା : ଗଂଜାମ ଜିଲ୍ଲା ପୋଲସରାରେ ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି କର୍ମୀ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ବିଲେଇଝୁରିରେ ଆୟୋଜିତ ହୋଇଯାଇଛି ବିଜେଡି ମିଶ୍ରଣ ପର୍ବ । ଏଥିରେ ୧୫୦ରୁ ଅଧିକ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ମିଶ୍ରଣପର୍ବ ଆଯୋଜିତ ହୋଇଛି । ଶତାଧିକ ଅନ୍ୟଦଳର କର୍ମୀ ବିଜେଡ଼ିରେ ଅସ୍ଥାପ୍ରକଟ କରି ଯୋଗଦାନ କରିଥିବା ମତ ପ୍ରକାଶ କରିଛନ୍ତି ।