ବଡ଼ଚଣାରେ ବିଜେଡିରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ବହୁ କର୍ମୀ

ବଡ଼ଚଣା :  ଯାଜପୁର ଜିଲ୍ଲା ବଡ଼ଚଣା ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ବହୁ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବଡ଼ଚଣା ନିର୍ବାଚନ ମଣ୍ଡଳୀର ସୁଙ୍ଗୁଡ଼ା ଓ ଧାନମଣ୍ଡଳ ପଞ୍ଚାୟତର ବହୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଛନ୍ତି । ଚଣ୍ଡିଖୋଲରେ ବଡ଼ଚଣା ବ୍ଲକ ବିଜେଡି ସଭାପତି ଅରବିନ୍ଦ ସାମଲଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ମିଶ୍ରଣ ପର୍ବରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଏହା ଦଳକୁ ଆହୁରି ମଜବୁତ କରିବ ବୋଲି ବଡ଼ଚଣା ବିଧାୟକ କହିଛନ୍ତି ।