ବିଜେଡ଼ିରେ ସାମିଲ୍ ହେଲେ ୪ ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି

ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତରେ ବିଜେଡ଼ିରେ ଯୋଗଦେଲେ

ଭୁବନେଶ୍ୱର : ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି । ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଶ୍ରୀ ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଶ୍ରୀ ନୃସିଂହ ବେହେରା, ଯଶୁଆପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଶ୍ରୀ କାଳୁଚରଣ ପ୍ରଧାନ ଏବଂ ରଥ-ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଶ୍ରୀ ଜୟନ୍ତ କୁମାର ପରିଡ଼ା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ଏମାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ହୋ ଇଛନ୍ତି । ମାନ୍ୟବର ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ ।

ମେ 17ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ।  ଆଉ  ବିଜେଡିର ଶକ୍ତି ବଢ଼ିବାରେ ଲାଗିଛି। ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି।

bjd joining program