ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ବ୍ରଜରାଜନଗରରେ ୧୧୦ ୟୁନିଟ ରକ୍ତ ସଂଗ୍ରହ

ବ୍ରଜରାଜନଗର : ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆଜି  ସକାଳ ୧୦ ଘଟିକାରୁ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀର ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଢେଇକେଲା ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ ତଥା ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ କିଶୋର କୁମାର ମହାନ୍ତି ଉପସ୍ଥିତ ରହି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ର ରେ ମାଲ୍ଯାର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ମୋଟ ୧୧୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳ ଉପସଭାପତି ଶ୍ରୀ ବିଶ୍ବନାଥ ନାୟକ ସଞ୍ଜିତ ପଧାନ, ବିଜେଡି ରାଜ୍ୟ କାର୍ଯ୍ଯକାରିଣୀ ସଦସ୍ୟ ଟିକେଶ୍ବର ସେନାପତି, ବ୍ଲକ ସଭାପତି ଶ୍ରୀ ରବିରତ୍ନ ପଧାନ, ଜିଲ୍ଲା ଯୁବ ବିଜୁ ଜନତା ଦଳ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ଜେନା, ବିଜେଡି ଏସ୍ ସି ସେଲ ସଭାପତି ଶ୍ରୀ ଜୟପ୍ରକାଶ କୁଅଁର, ଯୁବ ବିଜୁ ଜନତା ଦଳ ସମ୍ପାଦକ ଶ୍ରୀ ଲିଙ୍ଗରାଜ ମହାପାତ୍ର ଉପସ୍ଥିତ ଥିଲେ। ଆଜିକାର କାର୍ଯ୍ୟକ୍ରମକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ତ୍ରୀନାଥ ଗୁଆଳ ଙ୍କ ତତ୍ବାବଧାନ ରେ ସମ୍ପୁର୍ଣ୍ଣ କରାଯାଇଥିଲା । ଏହି ଅବସରରେ ଝାରସୁଗୁଡା ଜିଲ୍ଲା ବ୍ଳଡ ବ୍ଯାଙ୍କର ଶ୍ରୀ କିରନ କୁମାର ସାହୁ, ଜ୍ଞାନେଶ୍ବର ପଟେଲ, ଭବାନୀଶଙ୍କର ରାଉତ, ଦିଲ୍ଲୀପ ବନଛୋର ରକ୍ତ ସଂଗ୍ରହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅଲେଖ ବାରିକ , ଚନ୍ଦ୍ରଶେଖର ବେହେରା, ଜୟ କୁମାର ପଧାନ, ଗୋବର୍ଧନ ବେହେରା, ଜୟନ୍ତ ପଧାନ, ନବୀନ ବାରିକ, ରାମ ସା, ସୋଭାରାମ ସା, ଫଗୁଲାଲ ସା ପ୍ରମୁଖ ସହଯୋଗ କରିଥିଲେ।