କୁଜଙ୍ଗରେ ବିଜେଡିର ମହିଳା ସମାବେଶ, ତିର୍ତୋଲରେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ

ଜଗତସିଂହପୁର :  ଜଗତସିଂହପୁର କୁଜଙ୍ଗରେ ବିଜେଡି  ମହିଳା ସମାବେଶକୁ ନେଇ ସରଗରମ ହୋଇଛି ଜିଲ୍ଲା ବିଜେଡି ରାଜନୀତି । ବିଜେଡିରୁ ବିଦା ହେବା ପରେ ମହିଳା ସମାବେଶ ନାଁରେ  ଦାମଙ୍କ ଗଡରେ ତାଙ୍କ ଅନୁଗତଙ୍କୁ ଏକାଠି କରି ଦମ ଦେଖାଇଛି ବିଜେଡି । ହେଲେ  ସମାବେଶର ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠି ମୁହାଁ ମୁହିଁ ହେବା ଓ ଜଗତସିଂହପୁରରେ ସମାନ୍ତରାଳ ସଭା ଆୟୋଜନ କରାଯିବାକୁ ନେଇ ବି ବିଜେଡି ଦଳୀୟ କନ୍ଦଳକୁ ପଦାରେ ପକାଇଛି ।

 ଦାମଙ୍କ ଗଡରେ ବିଜେଡିର ଗର୍ଜନ । ମହିଳା ସମାବେଶ ନାଁରେ ଦାମଙ୍କ ଅନୁଗତଙ୍କୁ ଏକାଠି କରିଛି ବିଜେଡି ।  କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିବା ସହ ଆସନ୍ତା ନିର୍ବାଚନ ଲାଗି ଏକାଠି ହୋଇ ଦଳ ଲାଗି କାମ କରିବାକୁ ଆହ୍ବାନ ଦେଇଛନ୍ତି ବିଜେଡି ନେତାଏ ।  ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବିହିଷ୍କାର କରିବା ପରେ ଦାମଙ୍କ ଗଡରେ ବିଜେଡି କରିଥିଲା ପ୍ରଥମ  ସମାବେଶ । ସମାବେଶରେ ବିଜେଡିର  ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ,ସହ ପର୍ଯ୍ୟବେକ୍ଷକଙ୍କ ଏବଂ ସହ ବିଧାୟକ ଓ ସାଂସଦଙ୍କ ଠୁ ଆରମ୍ଭ କରି ସବୁ ନେତା ଏକାଠି ହୋଇଥିଲେ ।  ପାରାଦୀପ ଜନସାଧାରଣ ୪ଟର୍ମ ଧରି ବିଜେଡିକୁ ସମର୍ଥନ ଦେଇଛନ୍ତି ଓ ଆଗକୁ ନବୀନ ବାବୁଙ୍କ ପ୍ରତି ସମର୍ଥନ ରଖଇବେ ବୋଲି କହିଛନ୍ତି ନେତାଏ ।

କୁଜଙ୍ଗ ସମାବେଶରେ ଜିଲ୍ଲାର ସବୁ ନେତା ଯୋଗ ଦେଇଥିବାବେଳେ ଜିଲ୍ଲା ସଭାପତି ବିଷ୍ଣୁ ଦାସ କିନ୍ତୁ ଯୋଗ ଦେଇ ନଥିଲେ । ଯାହାକୁ ନେଇ ଦଳୀୟ କନ୍ଦଳ ପଦାକୁ ଆସିଛି ।  ପାରାଦୀପରେ ଫାଟ ଯୋଡିଲା ବେଳକୁ ତିର୍ତ୍ତୋଲରେ ଗୋଷ୍ଠି କନ୍ଦଳ ପଦାରେ ପଡିଛି । କୁଜଂଗରେ ମହିଳା ସମାବେଶକୁ ନେଇ ମୁହାଁ ମୁହିଁ ହୋଇ ଛନ୍ତି ବିଜେଡିର ଦୁଇ ଗୋଷ୍ଟି । ତିର୍ତ୍ତୋଲ ବିଧାୟୀକାଙ୍କ ଶୋଭାଯାତ୍ରାକୁ ତାରପୁର ନିକଟରେ ତାଙ୍କ ବିରୋଧୀ ଗୋଷ୍ଠି ବିରୋଧ କରିଥିଲେ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ରାଜଶ୍ରୀଙ୍କ ବିରୋଧରେ ଏମାନେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସ୍ମାରକ ପତ୍ର ଦେିଛନ୍ତି । ଏହା ସହ ରାଜଶ୍ରୀ ହଟାଅ ତିର୍ତୋଲ ବଞ୍ଚାଅ ନାରା ଦେିଥିଲେ ।ଏହାକୁ ନେଇ ବିରୋଧୀ ଓ ରାଜଶ୍ରୀଙ୍କ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସିତ ହେବା ସହ ଉତେଜନା ପ୍ରକାଶ ପାଇଥିଲା । ଯାହା ଦଳର କନ୍ଦଳକୁ ପଦାରେ ପକାଇଛି। ସେପଟେ ରାଜଶ୍ରୀ କହିଛନ୍ତି ଯିଏ ଏମିତି କରିଛନ୍ତି ଆଗାମୀ ଦିନରେ ତାର ଫଳ ସେ ଭୋଗିବେ। ସେପଟେ ସମାବେଶରେ ବିଷ୍ଣୁ ଦାସ ଯୋଗ ଦେଇ ନଥିବାବେଳେ ତାଙ୍କ ସମର୍ଥକ ଜଗତସିଂହପୁର ରେ ଏକ ସମାନ୍ତରାଳ ମହିଳା  ସମାବେଶରଆୟୋଜନ କରିଥିଲେ । ଆଉ ଏହାକୁ ନେଇ ବିଷ୍ଣୁ ଦାସ କହିଛନ୍ତି,  ତାରପୁର ନିକଟରେ ହୋଇ ଥିବା ବିରୋଧ ବାବଦରେ ସେ ଜାଣି ନାହାଁନ୍ତି । ସେପଟେ ଏହାକୁ ଦେଖି ଦାମ କିନ୍ତୁ ଦଳକୁ କେଞ୍ଚିବାକୁ ଭୁଲି ନାହାନ୍ତି ।

ଦଳରୁ ଦାମଙ୍କ ବହିଷ୍କାର ପରେ  ଜିଲ୍ଲା ବିଜେଡି ରାଜନୀତିରେ ଥିବା କନ୍ଧଳ ଆହୁରି ରୋଚକ ମୋଡକୁ ଆସିଛି । ହେଲେ ଏହାର ପ୍ରଭାବ ଜିଲ୍ଲାର ବିଜେଡିର ବିଜେଡି ରାଜନୀତିକୁ କେିଁ ମୋଡ ଦେଉଛି ତାହା ନିର୍ବାଚନ ବେଳକୁ ଜଣାପଡିବ ।