ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜ୍ଞାପନ କଲେ ବିଜେଡି ଆଇଟି ସାମ୍ମୁଖ୍ୟର ସଦସ୍ୟ

ଭୁବନେଶ୍ୱର : ବିଜୁ ଜନତା ଦଳର ନବଗଠିତ ଆଇଟି ସାମ୍ମୁଖ୍ୟର ମୁଖ୍ୟ ଡ. ଅମର ପଟ୍ଟନାୟକ ଏବଂ ସାମ୍ମୁଖ୍ୟର ସଭ୍ୟସଭ୍ୟା ଯଥା, ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀମତୀ ଶ୍ରମୟୀ ମିଶ୍ର, ଶ୍ରୀ ଅମରେଶ ପତ୍ରୀ, ଶ୍ରୀ ରାଣାପ୍ରତାପ ପାତ୍ର, ଶ୍ରୀ ପ୍ରସେନଜିତ୍‍ ପତି ଏବଂ ଡ. ସସ୍ମିତ ପାତ୍ର ଆଜି ବିଜୁ ଜନତା ଦଳ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଆଇଟି ସାମ୍ମୁଖ୍ୟ ଗଠନ କରି ସେମାନଙ୍କୁ ଏହି ଗୁରୁ ଦାୟିତ୍ୱରେ ନିଯୁକ୍ତ କରିଥିବାରୁ ଧନ୍ୟବାଦ ଜ୍ଞାପନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଇଟି ସାମ୍ମୁଖ୍ୟର ସଭ୍ୟମାନଙ୍କୁ ସୋସିଆଲ୍‍ ମିଡିଆରେ ଦଳର ଆଭିମୁଖ୍ୟକୁ ଯଥାର୍ଥ ଭାବରେ ଉପସ୍ଥାପନ କରିବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାଗୁଡିକୁ ଆଇଟି ସେଲ୍‍ ମାଧ୍ୟମରେ ସାଧାରଣ ଜନତାଙ୍କ କିଭଳି ନିକଟତର ହୋଇପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କହିଥିଲେ । ( ବିଜେଡିର ପ୍ରେସ୍‍ ବିଜ୍ଞପ୍ତି )