କ୍ଷମତା ଓ ପଦବୀ ପଛରେ ଗୋଡାଅନି ଲୋକଙ୍କୁ ଭଲ ପାଅ ରାଜନୀତିକୁ ଯୁବ ବର୍ଗଙ୍କୁ ଆହ୍ନାନ ଦେଇ ଏମିତି କହି କି ଇଶାରା ଦଲେ ନବୀନ

ଭୁବନେଶ୍ବର : କ୍ଷମତା ଲୋଭ ଛାଡ,ପଦ ପଦବୀ ପଛରେ ନଗୋଡାଇ ଲୋକଙ୍କ ସେବା କର । ଶ୍ରେଷ୍ଟ ବିଧାୟକଙ୍କୁ ପୁରଷ୍କାର ଦେବାବେଳେ ଏମିତି ବାର୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ଏତଚିକି ନୁହେଁ ଯୁବ ବର୍ଗଙ୍କୁ ରାଜନୀତିକୁ ଆସିବାକୁ ଆହ୍ୱାନ ବି ଦେଇଛନ୍ତି ନବୀନ । ତେବେ ନବୀନଙ୍କ ଏପରି ବାର୍ତା ପଛରେ ଅନେକ ଇଶାରା ଥିବା ନେଇ ରାଜନୀତିରେ ଚାଲିଛି ଚର୍ଚ୍ଚା । ଖାସ କରି ବିଜେଡିର ବରିଷ୍ଠ ମହଲରେ ଏହାକୁ ନେଇ ନାନା ତର୍ଜମା ଆରମ୍ଭ ହୋଇଛି । ସାଧାରଣ ନିର୍ବାଚନ ଆଗରୁ ଏମିତି ବାର୍ତା ଦେଇ ପୁରୁଖା ଓ ଓଲଡଏଜେଡ ମାନଙ୍କୁ ବାଏ ବାଏ କରିବାର ନବୀନ ଇଶାରା ଦେଇଥିବା ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଚାଲିଛି । ଆଲୋଚନା ହେଉଛି ଏଥର ଇଲେକ୍ସନରେ ନବୀନ ଓଲଡଏଜେଡ ମାନଙ୍କୁ ଟିକେଟ ନଦେଇ ଯୁବ ନେତାଙ୍କୁ ଅଧିକ ପ୍ରାଧାନ୍ୟ ଦେବେ ଓ ସ୍ୱଛ ନେତାଙ୍କୁ ଗୁରୁତ୍ୱ ଦିଆଯିବ ।

ନବୀନଙ୍କ କଥାକୁ ନେଇ ବିଜେଡିରେ ଝଡ଼ । ଆଶଙ୍କା​‌ରେ ବିଜେଡି ନେତା। ୨୦୧୯ରେ କଣ ହେବ ସେମାନଙ୍କ ଭାଗ୍ୟ ? ଟିକେଟ୍ ମିଳିବ ନା ମିଳିବନି ? କାରଣ, ପାର୍ଟି ସୁପ୍ରିମୋ ଏବେଠୁ ସୂଚାଇ ଦେଲେଣି, ଯୁବ ନେତାଙ୍କୁ ଅଗ୍ରାଧିକାର ଦିଆଯିବ। କେବଳ ସେତିକି ନୁହେଁ। କ୍ଷମତା ଓ ଚୌକି ପଛରେ ନ ଗୋଡ଼ାଇ ଲୋକଙ୍କୁ ଭଲ ପାଇବା କଥା କହି, ନବୀନ ବହୁ ନେତାଙ୍କ ନିଦ ହଜାଇ ଦେଇଛନ୍ତି । ସେପଟେ ବିରୋଧୀଙ୍କ କହିବା କଥା, ନବୀନ କଥାରେ ନକହି, କାମରେ ଦେଖାନ୍ତୁ ।

ଯୁବବର୍ଗଙ୍କୁ ରାଜନୀତିକୁ ଆସିବାକୁ ଆହ୍ବାନ  । କ୍ଷମତା ପଦପଦବୀ ପଛରେ ନଗୋଡ଼ାଇ ଲୋକଙ୍କୁ ଭଲ ପାଅ  । ନବୀନଙ୍କ ଏହି ୨ ପଦ କଥା କଣ ସୂଚାଉଛି ? କାହିଁକି, ଯୁବବର୍ଗଙ୍କୁ ରାଜନୀତିକୁ ଆସିବାକୁ ଆହ୍ବାନ ଦେଲେ ବିଜେଡି ସୁପ୍ରିମୋ ? କଣ ପୁରୁଖା ନେତାଙ୍କ ଅଭିଜ୍ଞତା ଆଉ ଲୋଡା ନାହିଁ କି ? କ୍ଷମତା ପଦପଦବୀ ପଛରେ ନଗୋଡ଼ାଇ ଲୋକଙ୍କୁ ଭଲ ପାଅ, କହିବାର ଅର୍ଥ କଣ ?  ଶ୍ରେଷ୍ଠ ବିଧାୟକଙ୍କୁ ସମ୍ମାନିତ କରିବା ଅବସରରେ ନବୀନଙ୍କ ଏଭଳି କିଛି କଥା, ଦଳ ଭିତରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି । ୨୦୧୯ରେ ଯୁବ ନେତାଙ୍କୁ ଚାନ୍ସ ଦେଇ ପୁରୁଖାଙ୍କୁ ନବୀନ ବାଏ ବାଏ କରିବେ କି ? କ୍ଷମତା ପଦପଦବୀରେ ଅଧିକ ଦିନ ରହି ନେତାମାନେ ଲୋକଙ୍କ ଠାରୁ ଦୂରେଇ ଯାଇ ନାହାନ୍ତି ତ ? ୧୯ ପାଇଁ ଟିକେଟ କସରତ ଆରମ୍ଭ ହୋଇଥିବା ବେଳେ ନବୀନଙ୍କ ଏଭଳି ମନ୍ତବ୍ୟ ବିଜେଡି ନେତାଙ୍କୁ କନଫ୍ୟୁଜନରେ ପକାଇଛି ।

ନବୀନଙ୍କ ଏଭଳି ବିଜେଡିରେ ଭାଳେଣି ପକାଇଥିବା ବେଳେ ବିରୋଧୀ ବାହାର କରିଛନ୍ତି ଭିନ୍ନ ଅର୍ଥ । କେବଳ କଥାରେ ନୁହେଁ, ନବୀନ କାମରେ ଦେଖାନ୍ତୁ ବୋଲି ସେମାନେ କହିଛନ୍ତି ।

ନବୀନ ଯାହା କହିଲେ, ୧୯ ନିର୍ବାଚନ ପୂର୍ବରୁ ବିଜେଡିରେ ତାହା ପ୍ରତିଫଳିତ ହେବ ? ନା କଥା କେବଳ କଥାରେ ରହିଯିବ ।