ଲୋକସଭା ସିଟରେ ୩୩ ପ୍ରତିଶତ ମହିଳାଙ୍କୁ ପ୍ରାର୍ଥୀ କରିବ ବିଜେଡି- ନବୀନ

ଆଇନ କଲନି କାହିଁକି, ବିଧାନସଭାରେ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାହିଁକି ନୁହେଁ- ବିଜେପି

କେନ୍ଦ୍ରାପଡା : ଲୋକସଭା ନିର୍ବାଚନର କ୍ଷେତ୍ରରେ ଓଡିଶାରୁ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ୩୩ ପ୍ରତିଶତ ସିଟଟରେ ମହିଳାଙ୍କୁ ବିଜେଡି ପ୍ରାର୍ଥୀ କରିବ ବୋଲି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଆଜି କେନ୍ଦ୍ରାପଡାର ସିଦ୍ଧମଠ ପଡ଼ିଆରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ  ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା କରିଛନ୍ତି ।  ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡିଶା, ସାରା ଭାରତକୁ ବାଟ ଦେଖାଇଛି । ମହିଳା ସଶକ୍ତିକରଣ ପାଇଁ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମହିଳାଙ୍କ ସଂରକ୍ଷଣ ପ୍ରସଙ୍ଗ ନେଇ ଦେଶର ଅନ୍ୟ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିଛନ୍ତି ମୁଖ୍ଯମନ୍ତ୍ରୀ ।  ଅଧିକାଂଶ ଦଳ ଏହାକୁ ସମର୍ଥନ କରିଥିବା  ନବୀନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କେନ୍ଦ୍ରାପଡାର ମାଟି ବିଜୁ ବାବୁଙ୍କ ମାଟି । ୧୯୯୦ରେ ବିଜୁ ବାବୁ ସାରା ଭାରତକୁ ବାଟ ଦେଖାଇଥିଲେ ।

ନବୀନଙ୍କ ଏହି ଘୋଷଣା ପରେ ଲୋକସଭାରେ ବିଜେଡିର ଅତିକମରେ ୭ ଜଣ ମହିଳା ପ୍ରାର୍ଥୀ ହେବେ ବୋଲି ଏବେ ଠୁ ସ୍ଷଷ୍ଟ ହୋଇଛି । ନିର୍ବାଚନ ତାରିଖ ଘୋଷଣା ହେବାପୂର୍ବରୁ ବଡ ମହିଳାକାର୍ଡ ଖେଳିଛନ୍ତି ନବୀନ ।

ତେବେ ନବୀନଙ୍କ ଏଙି ଘୋଷଣା ପେର ବିଜେପି କଡା ଜବାବ ରଖିଛି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଏହା ହେଉଛି ନବୀନଙ୍କ ଦୋମୁହାଁ ନୀତି । ହାତରେ କାଗଜ କଲମ ଥିବାବେଳେ କାହିଁକି ଏହାକୁ ଆଇନ କଲେନି । ବିଧାନସଭାରେ ବିଜେଡିର ସଂଖ୍ୟାବଳ ଥିବାସତ୍ବେ କାହିଁକି ବିଲ ଆଣିଲେନି । ଏହାସହ ଲୋକସଭା ପରି ବିଧାନସଭାରେ ୩୩ ପ୍ରତିଶତ ପ୍ରାର୍ଥୀ ଦେବାକୁ ଘୋଷଣା ବିଜେଡି କଲାନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।