ବିଜେଡି ଏକ ଦଳ ନୁହେଁ, ଏକ ଆନ୍ଦୋଳନ- ନବୀନ ପଟ୍ଟନାୟକ

ବିେଜେଡିର ୨୩ ତମ ପ୍ରତିଷ୍ଠା ଦିବସରେ ନବୀନଙ୍କ ଉଦବୋଧନ

ଭୁବନେଶ୍ବର : ବିଜେଡି ଏକ ଦଳ ନୁହେଁ, ଏକ ଆନ୍ଦୋଳନ । ବିଜେଡି କାହା ଉପରେ ନିର୍ଭରଶୀଳ ନୁହେଁ  । ଅର୍ଥାତ ଦଳର ନେତା ନୁହଁନ୍ତି କର୍ମିହିଁ ଦଳର ମେରୁ ଦଣ୍ଡ ଏକଥା ସ୍ପଷ୍ଟ କହିଛନ୍ତି ନବୀନ । ତାଙ୍କ ବିନା ଦଳ ଚାଲିପାରିବ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସରେ ଏ ବାର୍ତ୍ତା ରାଜ୍ୟବାସୀଙ୍କ ପାଖରେ ରଖିଛନ୍ତି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ।  ଯେହେତୁ ଦଳର ବଡ ପୁଞ୍ଜି ହେଉଛି କର୍ମୀ ସେଥିପାଇଁ ଏଥର ଫୋକସରେ କର୍ମୀଙ୍କୁ ରଖି ସେମାନେ ହିଁ ଦଳର ସବୁକିଛି ବୋଲି ବାର୍ତ୍ତା ଦେଇଛନ୍ତି ସୁପ୍ରିମୋ । ନବୀନ କହିଛନ୍ତି ବିଜେଡି ଏକ ରାଜନୈତିକ ଦଳ ନହୋଇ ଆନ୍ଦୋଳନରେ ପରିଣତ ହୋଇଛି । କେବଳ ସରକାର ଗଢିବା ପାଇଁ ନୁହଏଁ ଲୋକଙ୍କ ହୃଦୟ ଜିତିବା ଦଳର ଲକ୍ଷ୍ୟ ।

୨୩ ତମ ପ୍ରତିଷ୍ଠା ଦିବସରେ ରାଜ୍ୟ କାର୍ଯ୍ୟଳଯରେ ନବୀନ ଦଳର କର୍ମୀ ଓ ନେତାଙ୍କୁ ଉଦବୋଧନ ଦେଇ ନମ୍ରତା ଓ ସାଧୁତାର ପାଠ ପଢାଇଛନ୍ତି । ସାଢେ ଚାରି କୋଟି ଭାଇ ଭଉଣୀ ହେଉଛନ୍ତି ଆମ ପରିବାର, ଭୋଟ ଜରିଆରେ ସେମାନେ ଆମକୁ ଦେଇଥିବା ଦାୟୀତ୍ବ କ୍ଷମତା ନୁହେଁ, ଆମ ପରିବାରର ସେବା ପାଇଁ ଏହା ଏକ ସୁଯୋଗ ବୋଲି କହିଛନ୍ତି ନବୀନ । ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ । ସାଢେ ଚାରିକୋଟି ଭାଇ ଭଉଣୀ ଆମକୁ ଦେଇଥିବା ଦାୟୀତ୍ବକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରି ଆସୁଛୁ ବୋଲି ଉଦବୋଧନରେ ରଖିଛନ୍ତି ବିଜେଡି ସୁପ୍ରିମୋ । କେବଳ ସେତିକି ନୁହେଁ ଆଉ ପାଦେ ଆଗକୁ ଯାଇ ନବୀନ କହିଛନ୍ତି ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ । ସେବା ଦ୍ବାରା ଲୋକଙ୍କ ହୃଦୟ ଜିତିବା ଆମ କାମ । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ । ଏହି ନିତୀକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡିଶାର ବିକାଶର ପରିଚୟ ହୋଇ ପାରିଛି ବୋଲି ଶୁଣାଇଛନ୍ତି ନବୀନ । ଲୋକଙ୍କ ଆଶା ଓ ଭରସାର ପ୍ରତିକ ହୋଇପାରିଛି ବୋଲି କହିଛନ୍ତି । ବିଜେଡି ଏକ ରାଜନୈତିକ ଦଳ ନୁହେଁ , ଦଳ କାହା ଉପରେ ନିର୍ଭରଶୀଳ ନୁହେଁ ।

ବିଜୁ ବାବୁ କହୁଥିଲେ ମୋ ପ୍ରତି ଆନୁଗୁତ୍ୟ ହୁଅନି ବରଂ ଓଡିଶାର ବିକାଶ ପାଇଁ କାମ କର । ତାଙ୍କ ବାର୍ତ୍ତାକୁ ଆଧାର କରି ବିଜେଡି ଏବେ ଲୋକଙ୍କ ପାଇଁ ଆନ୍ଦୋଳନରେ ପରିଣତ ହୋଇଛି । ସାଢେ ଚାରୀକୋଟି ଓଡିଆଙ୍କ ସେବା ପାଇଁ ଏକ ଆନ୍ଦୋଳନ । ଶସକ୍ତି କରଣ ପାଇଁ ଆନ୍ଦୋଳନ । ସାଢେ ଚାରିକୋଟି ଓଡିଆଙ୍କ ଆଶା ଓ ବିକାଶକୁ ନେଇ ଏକ ଆନ୍ଦୋଳନ ।

ଦଳର ପ୍ରତିଷ୍ଠା ଦିବସ ଅବସସରେ ବିଜେଡିର କୋଟି କୋଟି ଓ କର୍ମୀ ଓ ଭାଇ ଭଉଣୀ ମାନଙ୍କୁ ଶୁଭେଛ୍ଚା ଜଣାଇଛନ୍ତି ନବୀନ । ସେମାନଙ୍କ ତ୍ୟାଗ ନିଷ୍ଠା ଓ ପରିଶ୍ରମ ଦଳ ପାଇଁ ଶକ୍ତି ହୋଇଛି ବୋଲି ବିଜେଡି ସୁପ୍ରିମୋ ଦଳର ସଫଳତାର ଶ୍ରେୟ ଦେଇଛନ୍ତି କର୍ମୀଙ୍କୁ ।

ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଆଦର୍ଶ କଥା କହି ନିଜର ଉଦବୋଧନ ଆରମ୍ଭ କରିଥିଲେ ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ  ଟ୍ଟନାୟକ । ଜାୟୀର ପତି ମହାତ୍ମା ଗାନ୍ଧି ଲୋକଙ୍କ ଭିତରେ ସେବା ମନଭାବର ବିକାଶ ପାଇଁ ଦେଇଥିବା TALISMAN  ବିଷୟ କର୍ମୀଙ୍କ ମନେ ପକାଇଦେଇ କହିଥିଲେ , ଗାନ୍ଧିଙ୍କ TALISMAN  ସାରା ମାନବଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ । ଗାନ୍ଧିଜୀଙ୍କ ଏହି TALISMAN  ଆମ ସମସ୍ତଙ୍କ ପାଇଁ ପ୍ରେରଣା । ମହାତ୍ମାଙ୍କ ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ନମ୍ରତାର ସହ ଆଉ ଏକ TALISMAN  ମୁଁ ଆପଣଙ୍କ ପାଖରେ ରଖିଛୁ ବୋଲି କହି ନିଜର ବାର୍ତ୍ଚା ଦେଇଥିଲେ ନବୀନ ।

ଏହି ଅବସସରେ ନୂଆ ବର୍ଷର ଶୁଭେଛ୍ଚା ଜଣାଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।