କାଲି ମୁହାଁ ମୁହିଁ ହେବେ ତିନି ଦଳ: ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ରାସ୍ତାକୁ ଓହ୍ଲାଇବେ କଂଗ୍ରେସ ଓ ବିଜେପି

ଭୁବନେଶ୍ବର : କାଲି ବିଜେଡିର ପ୍ରତିଷ୍ଠା ଦିବସ । ୨୧ରେ ପାଦ ଦେବ ବିଜେଡି । ୨୦୧୯ ସାଧାରଣ ନିର୍ବାଚନ ଆଗରୁ ପ୍ରତିଷ୍ଠା ଦିବସକୁ ଭିନ୍ନ ଢଙ୍ଗରେ ପାଳିବାକୁ ଯାଉଛି ବିଜେଡି । ରାଜ୍ୟ କାର୍ଯ୍ୟଳୟରେ ସୁପ୍ରିମୋ ନବୀନ ପଟ୍ଟନାୟକ  ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ମନ୍ତ୍ର ଦେବେ । ପ୍ରତି ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସକୁ ପାଳନ କରିବ ଦଳ । ସେପଟେ ଆସନ୍ତା କାଲିକୁ ଟାର୍ଗେଟ କରି ରାସ୍ତାକୁ ଓହ୍ଲାଇବ କଂଗ୍ରେସ । ୧୯ ବର୍ଷର ରାଜ୍ୟ ଶାସନ ବିରୋଧରେ କଳା ଦିବସ ପାଳିବ । ସେପଟେ ବିଜେପି ଯୁବ ମୋର୍ଚ୍ଚା ବି କାଳିଠୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିଛି ।

କାଲି ମୁହାଁ ମୁହିଁ ହେବେ ତିନି ଦଳ । ରାସ୍ତାକୁ ଓହ୍ଲାଇବେ ବିଜେଡି ବିଜେପି ଓ କଂଗ୍ରେସ । କାଲି ବିଜେଡିକୁ ୨୦ ପୁରୁଛି ।  ବିଜେଡି ପ୍ରତିଷ୍ଠା ଦିବସ ପାଳୁଥିବା ବେଳେ ରାଜ୍ୟ ସରକାରଙ୍କ ୧୯ ବର୍ଷର ଶାସନ କୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବେ ବିଜେପି ଓ କଂଗ୍ରେସ । ନିର୍ବାଚନ ଆଗରୁ ଦଳର ୨୧ ତମ ପ୍ରତିଷ୍ଠା ଦିବସକୁ ଗ୍ରାଉଣ୍ଡରେ ପହଁଚାଇବାକୁ ଯୋଜନା କରିଛି ଦଳ । ରାଜ୍ୟ କାର୍ଯ୍ୟଳୟରେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀଙ୍କୁ ପ୍ରତିଷ୍ଠା ଦିବସର ବାର୍ତ୍ତା ଦେବେ । ଏହା ସହ ପ୍ରତି ନିର୍ବାଚନ ମଣ୍ଡଳୀ ସ୍ତରରେ ପ୍ରତିଷ୍ଠା ଦିବସରେ ସ୍ବତନ୍ତ୍ର ସଭା ଆୟୋଜନ କରାଯାଇଛି । ଏହି ସଭାକୁ ପଞ୍ଚାୟତ  ସ୍ରରରୁ କର୍ମୀ ଆସିବେ । ନିର୍ବାଚନ ଆଗକୁ ଥିବାରୁ ପାର୍ଟିର ସାଙ୍ଗଠନିକ ଦକ୍ଷତା ଏହି ସଭାରେ ଦେଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

ବିଜେଡି ପ୍ରତିଷ୍ଠା ଦିବସକୁ କାଉଣ୍ଟର କରିବାକୁ ରାସ୍ତାକୁ ଓହ୍ଲାଇବେ କଂଗ୍ରେସ ଓ ବିଜେପି । ରାଜ୍ୟର ବିଜେଡି ସରକାରର ୧୯ ବର୍ଷର ଶାସନରେ ରସାତଳକୁ ଯାଇଛି । ସବୁ ସ୍ତରରେ ଦୁର୍ନୀତି ବଢିଛି । ଏସବୁକୁ ପ୍ରସଙ୍ଗ କରି ପ୍ରତି ପଞ୍ଚାୟତରେ ଧାରଣା ଦେବ କଂଗ୍ରେସ । ସେପଟେ ବିଜେପି କାଲିଠୁ ଜବାବ ମାଗୁଛି ଓଡିଶା ନାଁରେ ଆନ୍ଦୋଳନ ଆରମ୍ଭ କରିବ । ରାଜ୍ୟର କୃଷି ସମସ୍ୟା, ନାରୀ ନିର୍ଯ୍ୟାତନ, ବେକାରୀ ସମସ୍ୟା ଆଦି ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ କରିବ ବିଜେପି ଯୁବ ମୋର୍ଚ୍ଚା ।

୨୦୧୯ ନିର୍ବାଚନ ବିଗୁଲ ଏକ ପ୍ରକାର ବାଜି ସାରିଲାଣି । ଏଥି ଲାଗି ରାଜ୍ୟରେ ପଲିଟିକାଲ ଆକ୍ଟିଭିଟି ବଢି ବଢି ଚାଲିଛି । କିଏ କେତେ ଲୋକଙ୍କ ପାଖରେ ପହଁଚିବ ସେନେଇ ଚାଲିଛି ପ୍ରତିଯୋଗିତା ।