ଝାରସୁଗୁଡାରେ ୨୪ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ

ଝାରସୁଗୁଡା : ଆଜି ୨୪ ତମ ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ଝାରସୁଗୁଡା ପୌରାଞ୍ଚଳ ବିଜୁ ଜନତା ଦଳ ପକ୍ଷରୁ ନିରାଡ଼ମ୍ବର ପୁର୍ଣ୍ଣ ଭାବେ ଓ କୋଭିଡ଼ କଟକଣା ନିୟମ ଅନୁଯାୟୀ ପାଳନ କରାଯାଇଛି । ପ୍ରଧମେ ବଡ଼ମାଲ ସ୍ଥିତ ବିଜୁ ପଟ୍ଟନାୟକ ଛକ ରେ ବିଜୁ ଜନତା ଦଳର କର୍ମକର୍ତ୍ତା ସହିତ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନବ କିଶୋର ଦାସ ଓ ବ୍ରଜରାଜନଗର ବିଧାୟକ ତଥା ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ କିଶୋର କୁମାର ମହାନ୍ତି ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ତତ୍ପରେ ବାବା ସାହେବ ଆମ୍ବଦେକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ।  ବିଜେଡ଼ି କର୍ମକର୍ତ୍ତା ମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ସହିତ ଗୋଟିଏ ବାଇକ ରେଲି ରେ ଯାଇ ବସ୍ ଷ୍ଟାଣ୍ଡ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ସଭା ସ୍ଥଳ କୁ ଯାଇଥିଲେ ।
କାଳୀମନ୍ଦିର ରୋଡ଼ ସ୍ଥିତ ରାଉତରାୟ ବଗିଚା ରେ ଗୋଟିଏ ସଭା ଆୟୋଜନ କରାଯାଇଥିଲା । ଏହି ସଭା ରେ ପୌରାଞ୍ଚଳ ବିଜୁ ଜନତା ଦଳର ସଭାପତି ଶ୍ରୀ ସନ୍ଦିପ ଅବସ୍ତି ସଭାପତିତ୍ୱ କରିଥିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ବିଜୁ ବାବୁଙ୍କ ଫୋଟୋ ରେ ମାଲ୍ୟାର୍ପଣ କରି ଦୀପ ଜାଳି ସଭା ଆରମ୍ଭ କରିଥିଲେ ।
ଏହି ସଭା ରେ ଶ୍ରୀ ସନ୍ଦୀପ ଅବସ୍ତି , ଶ୍ରୀ ତାପସ ରାଇ ଚୌଧୁରୀ, ଶ୍ରୀ ରବି ସିଂ, ଶ୍ରୀ ହରିଷ ଗଣତ୍ରା, ଶ୍ରୀ ରଘୁମଣି ପଟେଲ ,ଶ୍ରୀ ତ୍ରିନାଥ ଗୁଆଲ , ଶ୍ରୀ ବେନୁଗୋପାଲ ପାଣିଗ୍ରାହୀ, ଶ୍ରୀ ପିଣ୍ଟୁ ପାଢ଼ୀ, ଶ୍ରୀ ପ୍ରତାପ ନନ୍ଦ , ଶ୍ରୀ ଜୟ ପ୍ରକାଶ କୁଅଁର , ଶ୍ରୀ ତୁଳସୀ ଦାସ ,ଶ୍ରୀମତୀ ଜୟ କୁମାରୀ ପଟେଲ , ଶ୍ରୀମତୀ ସୁକାନ୍ତି ଜୟପୁରିଆ , ଶ୍ରୀ ସିଦ୍ଧାର୍ଥ ସରକାର , ଶ୍ରୀ ଗୋବିନ୍ଦ ସିଙ୍ଘାଣିଆ, ଶ୍ରୀ ପ୍ରଶାନ୍ତ ଜେନା, ଶ୍ରୀ ପଳାସ କର୍ମାକର , ଶ୍ରୀ ଚିରଞ୍ଜୀବି ପତି , ଶ୍ରୀ ପବନ ସିଂ ଯାଦବ , ଶ୍ରୀ ଅଶୋକ ଦାସ , ଶ୍ରୀ ଫୁପୁ ମହାନ୍ତି
ଶ୍ରୀ ଶ୍ରୀକାନ୍ତ ମହାନ୍ତି , ଶ୍ରୀ ମଦନ ହାତୀ , ଶ୍ରୀ ରାଜେଶ ପାତ୍ର , ଶ୍ରୀ ଅଶୋକ କୁମାର ରାଉତ ,ଶ୍ରୀ ଅରବିନ୍ଦ ବାରିକ , ଶ୍ରୀ ସୁବାସ କେଡ଼ିଆ , ଶ୍ରୀ ପ୍ରଶାନ୍ତ ଭଇଁସା , ଶ୍ରୀ କୁଶ ବନ୍ତ ସେହୁଲ , ପ୍ରଭୁତି ଉପସ୍ଥିତ ଥିଲେ
ସଭା ରେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୁବାବୁଙ୍କ ଶୃତିଚାରଣ କରି ତାଙ୍କ ଦ୍ୱାରା ଓଡ଼ିଶାର ହୋଇଥିବା ଉନ୍ନତି ଓ ପ୍ରଗତି ର ବିସ୍ତାର ସହିତ କହିଥିଲେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଶାସନ ରେ ଓଡ଼ିଶାର ପ୍ରଗତି ପଥେ ଚାଲିଛି ଓ ଝାରସୁଗୁଡା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି । ଝାରସୁଗୁଡା ର ବିମାନ ବନ୍ଦର କୁ ଜମି ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଇଛି ବିମାନ ବନ୍ଦରର ସୌନ୍ଦର୍ଯ୍ୟ କରଣ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଛି । ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ରେ ୩୦୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ, ହାର୍ଟ ହସ୍ପିଟାଲ, କେଂସର ହସ୍ପିଟାଲ , ଷ୍ଟାଡିଅମ , ତିନୋଟି ଓଭର ବ୍ରିଜ , କଲ୍ୟାଣ ମଣ୍ଡପ ପ୍ରଭୁତି ବିଜୁ ଜନତା ଦଳ ସରକାର ତରଫରୁ କରାଯାଉଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ।