ଭୁବନେଶ୍ୱର : ବିଜୁ ଜନତା ଦଳ ତରଫରୁ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ ଗଠନ ହୋଇଛି । ଏହାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ସାମ୍ମୁଖ୍ୟର ଉପଦେଷ୍ଟା ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ସ୍ୱେତାସ୍ନିଗ୍ଧା ମିଶ୍ରଙ୍କୁ ନିଯୁକ୍ତ କରିଥିବା ବେଳେ ସାମ୍ମୁଖ୍ୟର ରାଜ୍ୟ ଆବାହକ ଭାବେ ଅବସରପ୍ରାପ୍ତ ପ୍ରଶାସକ ରବିନାରାୟଣ ନନ୍ଦ ଓ ସଂଯୋଜକ ଭାବେ ପ୍ରବୀର ମହାନ୍ତି ନିଯୁକ୍ତ ହୋଇଛନ୍ତି । ସାମ୍ମୁଖ୍ୟର ସଦସ୍ୟ ଭାବେ ମୋହନ ପ୍ରସାଦ ମିଶ୍ର, ଜୀବନ ଦୀକ୍ଷିତ, ଅଜୟ ରାଉତରାୟ, ପ୍ରଶାନ୍ତ ଜେନା, ସରୋଜ ଚୌଧୁରୀ, ଗୌରୀଶଙ୍କର ବେହେରା, ପ୍ରଶାନ୍ତ ପଟ୍ଟନାୟକ, ଜ୍ୟୋତ୍ସ୍ନାମୟୀ ପରିଡ଼ା ମନୋନୀତ ହୋଇଛନ୍ତି ବୋଲି ବିଜେଡି ରାଜ୍ୟ ସମ୍ପାଦକ ବିଜୟ ନାୟକ ଜଣାଇଛନ୍ତି ।