ସଦସ୍ୟଙ୍କର ଆଧାରକାର୍ଡକୁ ଲିଙ୍କ କରିବ ବିଜେଡି , କାଯ୍ୟକାରିଣୀରେ ହେଲା ନିଷ୍ପତ୍ତି

କାଲିଠାରୁ ଆରମ୍ଭ ହେବ ବିଜେଡିର ସଦସ୍ୟ ଅଭିଯାନ

ଭୁବନେଶ୍ବର : ସଦସ୍ୟଙ୍କର ଆଧାରକାର୍ଡକୁ ଲିଙ୍କ କରିବ ବିଜେଡି। ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନରେ ଦଳ ନୂଆ ସଦସ୍ୟଙ୍କ ଆଧାର କାର୍ଡ ଲିଙ୍କ କରିବ । ଆଜି ଅନୁଷ୍ଠିତ ବିଜେଡି କାର୍ଯ୍ୟକାରିଣୀରେ ଏଭଳି କିଛି ନୂଆ ନିଷ୍ପତ୍ତିମାନ ନିଆଯାଇଛି।

ଯେଉଁଥିରେ ରହିଛି ପଞ୍ଚାୟତ ସ୍ତରରେ ପ୍ରତି ୱାର୍ଡରେ ରହିବେ ୪ ଜଣ ଲେଖାଏଁ ସଦସ୍ୟ। ଏନଏସି ସ୍ତରରେ ପ୍ରତିୱାର୍ଡରେ ରହିବେ ୫ ଜଣ ସଦସ୍ୟ ଓ ପୌର ପରିଷଦରେ ରହିବେ ୧୫ ଜଣ ସଦସ୍ୟ,  ମହାନଗର ନିଗମରେ ପ୍ରତି ୱାର୍ଡରେ ରହିବେ ୪୦ ଜଣ ସଦସ୍ୟ । ପ୍ରତି ସଦସ୍ୟ  ୨୪ ଜଣ ନୂଆ ସଦସ୍ୟ ସୃଷ୍ଟି କରିବେ । ସଦସ୍ୟତା ଗ୍ରହଣ ବେଳେ ନୂଆ ସଦସ୍ୟଙ୍କ ଆଧାର କାର୍ଡ ଲିଙ୍କ କରାଯିବ। ଏହା ଦ୍ବାରା ସେମାନେ ସରକାରଙ୍କ ଯୋଜନାରେ ସାମିଲ ହେଉଛନ୍ତି କି ନାହିଁ ତାହା ଜଣା ପଡ଼ିବ ବୋଲି ବରିଷ୍ଠ ବିଜେଡି ନେତା ତଥା କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ।

ସାଧାରଣ ନିର୍ବାଚନରେ ଐତିହାସିକ ସଫଳତା ପରେ ପ୍ରଥମ ଥର ବିଜେଡି କାର୍ଯ୍ୟକାରିଣୀ ବୈଠକ ବସିଥିଲା । କାଲିଠାରୁ ଆରମ୍ଭ ହେବ ବିଜେଡିର ସଦସ୍ୟ ଅଭିଯାନ।   ତୃଣମୂଳ ସ୍ତରରେ ଦଳକୁ ଆହୁରି ସୁଦୃଢ଼ କରିବାକୁ ଦଲ ରୋଡ଼ମ୍ୟାନ ପ୍ରସ୍ତୁତ କରିଛି। । ଗତବର୍ଷ ବିଜେଡି ପ୍ରାୟ ୪୭ ଲକ୍ଷ ସଭ୍ୟ ସଂଗ୍ରହ କରିଥିବା ବେଳେ  । ଏଥର ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖିଛି। କାର୍ଯ୍ୟକାରିଣୀକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଅକ୍ଟୋବର ୩୧ ଯାଏଁ ଚାଲିବାକୁ ଥିବା ସଦସ୍ୟତା ସଂଗ୍ରହ ଅଭିଯାନକୁ ପ୍ରତି ୧୫ ଦିନରେ ସମୀକ୍ଷା କରିବେ ବୋଲି ନବୀନ କହିଛନ୍ତି । ସେହିପରି ଗାନ୍ଧିଙ୍କ ୧୫୦ ତମ ଜୟନ୍ତି ଅବସରରେ ବାପୁଙ୍କ ଆଦର୍ଶ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ସେ ଅହ୍ବାନ ଦେଇଛନ୍ତି