ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଭିନ୍ନ ଅବତାର

ଖୁବ ଶିଘ୍ର ବିଜେପିରେ ମିଶିବେ ଜୟ

କଟକ : ବିଜେଡିରୁ ନିଲମ୍ବିତ ହୋଇ ଦଳ ଓ ସାଂସଦ ପଦରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଓରଫ ଜୟ ପଣ୍ଡାଙ୍କୁ ଆଜି ଏକ ଭିନ୍ନ ଅବତାରେର ଦେଖିବାକୁ ମିଳିଥିଲା । ବେକେର ଥିଲା ପଦ୍ମ ଫଉଲିଆ ବିଜେପିର ଗେରୁଆ ଉତରୀ । ଶାଙ୍କରେ ଲୋକଙ୍କ ରହଳଳିରେ ଗେରୁଆ ପକାଇ ହସ ହସ ମୁହଁରେ ସେଲଫି ଦେଇ ଚାଲିଥିଲେ ଜୟ । ସ୍ଥାନ ଥିଲା କଟକ । ବୈଜୟନ୍ତ କଟକରେ ଏକ ଚା କଠିରେ ଏମିତି ନିଆରା ଢଙ୍ଗରେ ଜୟଙ୍କୁ ଦେଖିବାକୁ ମିଳିଥିଲା । ବିଜେଡି ଓ ସାଂସଦ ପଦ ଛାଡିବା ପରେ ବୈଜୟନ୍ତ ବିଜେପିକୁ ଯିବେ ବୋଲି ଚର୍ଚ୍ଚା ହେଉଛି । ହେଲେ ଜୟ ଏନେଇ କିନ୍ତୁ କିଛି ସ୍ପଷ୍ଟ କରି ନାହାନ୍ତି କି ବିଜେପିରେ ବିଧି ବଦ୍ଧ ଭାବେ ଯୋଗ ଦେଇ ନାହାନ୍ତି । କିନ୍ତୁ ବିଜେପିରେ ମିଶିବା ଆଗରୁ ଦଳର ଗେରୁଆ ଉତରୀ ବେକରେ ପକାଇ କଟକରେ ଚା ଖଟି ଆୟୋଜନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାରାଲ ହୋଇଛି । କୁହାଯାଉଛି ଜୟ ଖୁବ ଶିଘ୍ର ବିଜେପିରେ ମିଶିବେ  ।

ଏହି ଅବସରରରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ଉତ୍ତର ଦେଇ ବୈଜୟନ୍ତ କହିଛନ୍ତି ଯେ, କେବଳ ରାଜନୈତିକ ନୁହଁ କଟକର ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଛି। କଟକ ଏକ ଐତିହାସିକ ସ୍ଥାନ। ଏହାର ଜାଗା କେହି ନେଇପାରିବେ ନାହିଁ। କଟକର ରାଜନୈତିକ ପ୍ରଭାବ ସାରା ଓଡ଼ିଶାରେ ପଡ଼େ। ରାଜନୈତିକ କାର୍ଯ୍ୟପନ୍ଥା ନେଇ ଏଯାଏ କିଛି ନିଷ୍ପତ୍ତି ନେଇନାହିଁ ବୋଲି ସେ କହିଛନ୍ତି। ଖୁବଶୀଘ୍ର ମୁଁ ନିଷ୍ପତ୍ତି ନେଲେ ଜଣାଇଦେବି ବୋଲି ସେ କହିଛନ୍ତି।  ସେହିପରି ଏହି କାର୍ଯ୍ୟକ୍ରମ ଆଗକୁ ଜାରି ରହିବ ବୋଲି ବୈଜୟନ୍ତ କହିଛନ୍ତି।

 

 

Spread the love
Categories
ପଲିଟିକ୍ସ

RELATED BY