ଦିଲ୍ଲୀ ଦରବାରରେ ଏକାମ୍ର ଚିଠା ବାଇ-ଲ’ ପ୍ରତ୍ୟାହାର ଲଢେଇ କଲା ବିଜେଡି

କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ବାଇ ଲ’ ପ୍ରତ୍ୟାହାର ଦାବି କଲେ ବିଜେଡି ସାଂସଦ

ଭୁବନେଶ୍ଵର : ଜାତୀୟ ସ୍ମାରକୀ ପ୍ରାଧୀକରଣ ବା ଏନ.ଏମ.ଏ.ର ଏକାମ୍ର କ୍ଷେତ୍ର ସମ୍ବଳିତ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର ଦାବି ଦିନକୁ ଦିନ ତେଜିବାରେ ଲାଗିଛି । ଲିଙ୍ଗରାଜ ମନ୍ଦିର ସାମ୍ନାରେ ସମୂହ ଦୀପ ଦାନ ଓ ମୁଖ୍ୟମନ୍ତ୍ରୀଙ୍କ ଟ୍ୟୁଟ୍ ପରେ ଆଜି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବାଇ-ଲ ପ୍ରତ୍ୟାହର କରିବାକୁ ଦାବି କରିଛନ୍ତି ।

ଦିଲ୍ଲୀ ଦରବାରରେ ଏକାମ୍ର ଲଢେଇ । ଶ୍ରୀକ୍ଷେତ୍ର ପରି ଏକାମ୍ର କ୍ଷେତ୍ର ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ସହ ସଂପର୍କ ଥିବା  ଅନନ୍ତ ବାସୁଦେବ ଏବଂ ବ୍ରହ୍ବେଶ୍ବର ମନ୍ଦିରରେ ଏନ.ଏମ.ଏ ଦ୍ବାରା ପ୍ରକାଶିତ ବାଇ-ଲ  ପ୍ରତ୍ୟାହାର ଦାବିକୁ ଜୋରଦାର କଲା ବିଜେଡି । ସଂସଦରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଭେଟି ବିଜେଡି ସାଂସଦଙ୍କ ପ୍ରତିନିଧ ଦଳ ଏହି ଦାବି ଉଠାଇଛି । ଏନେଇ ସାଂସଦ ପିନାକୀ ମିଶ୍ର, ଭର୍ତ୍ତୃହରି ମହତାବ, ଏନ ଭାସ୍କର ରାଓ, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ,  ଅନୁଭବ ମହାନ୍ତି, ସୁଜିତ କୁମାର ପ୍ରମ୍ମୁଖ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଦାବି ରଖିଛନ୍ତି ।

ଏନେଇ ବିଜେଡିର ସମସ୍ତ ସାଂସଦ, ଚିଠା ବାଇ-ଲ ପ୍ରତ୍ୟାହାର କରା ନଗଲେ, ଏକାମ୍ର କ୍ଷେତ୍ରରେ ବିକାଶରେ ବାଧକ ସୃଷ୍ଟି ହେବ ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି । ବିଶେଷ କରି ଏକାମ୍ରକ୍ଷେତ୍ର ଅନନ୍ତ ବାସୁଦେବେ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିର ଅଞ୍ଚଳରୁ ପ୍ରସ୍ତାବିତ ଚିଠା ବାଇ-ଲ ପ୍ରତ୍ୟାହାର କରିବାକୁ ଦଳ ଦାବି କରିଛି । ଐତିହ୍ୟ ପ୍ରସଙ୍ଗରେ ରାଜନୀତି କରାନଯିବା ଉଚିତ ବୋଲି ବିଜେଡି କହିଛି ।

bjd demanded  withdrawal of the nma by law from ekamra khetra in delhi