ଏମଏସପି ଦାବିରେ ଦିଲ୍ଲୀରେ ଗର୍ଜିଲା ବିଜେଡି, ରାଷ୍ଟ୍ରପତିଙ୍କୁ ଦେଲା ସ୍ମାରକ ପତ୍ର

ଦିଲ୍ଲୀ : ରାଜ୍ୟ ରାଜନୀତିରେ ଚାଷ ଓ ଚାଷୀ ପ୍ରସଙ୍ଗ ପହଁଚିଛି ଦିଲ୍ଲୀରେ । ଏମଏସପି ବୃଦ୍ଦି ଦାବିନେଇ ଦିଲ୍ଲୀରେ ବିଶାଳ ସମାବେଶ ଆୟୋଜନ କରି କେନ୍ଦ୍ର ସରକାଙ୍କୁ ଘେରିଛି ବିଜେଡି । ଆନ୍ଦୋଳନର ନେତୃତ୍ବ ନେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । କେନ୍ଦ୍ରସରକାର ଧାନର ସହାୟକ ମୁଲ୍ୟ ୨୯୩୦ଦାବି କରି ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ଦେଇଛି ବିଜେଡି ।

ଦିଲ୍ଲୀରେ ଗର୍ଜିଲା ବିଜେଡି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଦିଲ୍ଲୀରେ ବିଜେଡ଼ି କରିଛି ବିଶାଳ ସମାବେଶ । ଏହେଉଛି ଦିଲ୍ଲୀ ତାଲକୋଟରା ଷ୍ଟାଡିମର ଦୃଶ୍ୟ । ଯେଉଁଠି କେନ୍ଦ୍ରସରକାରଙ୍କ ବିରୋଧରେ ଚାଲିଛି ଗର୍ଜନ । ଚାଷୀ ସମାବେଶର ମଙ୍ଗ ଧରିଛନ୍ତି ଖୋଦ୍ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଦିଲ୍ଲୀର ତାଲକୋଟରା ଷ୍ଟାଡିୟମ ଠାରେ ହଜାର ହଜାର ବିଜେଡି ସମର୍ଥକ ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏକାଠି ହୋଇଛନ୍ତି । କେନ୍ଦ୍ର ସରକାର ୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୂତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଥିବା ବିଜେଡି ଅଭିଯୋଗ କରିଛି । ବାରମ୍ବାର ଦାବି କରିବା ସତ୍ବେ କେନ୍ଦ୍ର ସରକାର ନଶୁଣିବାରୁ ବାଧ୍ୟ ହୋଇ ଦିଲ୍ଲୀ ଆସିବାକୁ ପଡିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ସିଧା ସଳଖ ନବୀନ କେନ୍ଦ୍ର ସରକାରଙ୍କୁ ଟାଗେର୍ଟ ବି କରିଛନ୍ତି । ଓଡିଶାକୁ ଅର୍ଥନୈତିକ ସ୍ବାୟତତ୍ତା ଦାବି ଦୋହରାଇଛନ୍ତି ନବୀନ । ଏମଏସପି ବୃଦ୍ଧି ଦାବି ନେଇ ବିଜେଡିର ୫୦ ଜଣିଆ ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କୁ ଭେଟି ସ୍ମାରକ ପତ୍ର ଦେଇଛି ।