ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲେ ନବୀନ

ଲୋକସଭା ୯ ସିଟରୁ ୮ରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ବର :  ସାଧାରଣ ନିର୍ବାଚନ ଲାଗି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ୯ ଲୋକସଭା ଆସନ ଲାଗି ତାଲିକ ଘୋ,ଣା କରିଛନ୍ତି ନବୀନ ।

କଲାହାଣ୍ଡିରୁ ପୁଷ୍ପେନ୍ଦ୍ର ସିଂହ ଦେଓ

ବହ୍ରପୁର ଆସନରୁ ଚନ୍ଦ୍ରଶେଖର ସାହୁ

ଆସ୍କାରୁ ପ୍ରମିଳା ବିଶୋଇ

ସୁନ୍ଦରଗଡରୁ ସୁନିତା ବିଶ୍ବାଳ

ନବରଙ୍ଗପୁରରୁ ରମେଶ ମାଝୀ

କୋରାପୁଟରୁ କୌଶଲ୍ୟା ହିକକା

ବଲାଙ୍ଗୀରରୁ  କଳିକେଶ ସିଂହଦେଓ

ବରଗଡରୁ ପ୍ରସନ୍ନ ଆଚାର୍ଯ୍ୟ

କନ୍ଧମାଳରୁ ଅଚ୍ୟୁତ ସାମନ୍ତଙ୍କୁ ଦଳ କରିଛି ବିଜେଡି

୯ ଟି ଆସନରୁ୬ ଜଣଙ୍କୁ ଟିକେଟ କାଟି ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀଙ୍କୁ ଭରସା କରିଛନ୍ତି ନବୀନ । ବରଗଡରେ ଫାଇଟ ଜୋରଦାର ହେବ ବୋଲି କୁହାଯାଉଥିବାରୁ ପ୍ରଭାସ ଆଚାର୍ଯ୍ୟଙ୍କୁ କାଟି ତାଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ଥିବା ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଭରସା କରିଛି ଦଳ । ସେହିପରି କନ୍ଦମାଳରୁ ପ୍ରତ୍ୟୁଷା ରାଜେଶ୍ବରୀଙ୍କ ସ୍ଥାନରେ ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଲଢାଇବାକୁ ଦଳ ଚାହିଁଛି । ସେମିତି ବ୍ରହ୍ଣପୁର ଆସନରୁ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ବଦଳାଇ କଂଗ୍ରେସରୁ ଆସିଥିବା ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁଙ୍କୁ ଦଳ ଏମପି ପ୍ରାର୍ଥୀ କରିଛି । ସୁନ୍ଦରଗଡରେ ମହିଳା ପ୍ରାର୍ଥୀ ଭାବେ ସୁନିତା ବିଶ୍ବାଳଙ୍କ ଉପରେ ଭରସା କରିଛି ଦଳ । କୋରାପୁଟରେ ଝିହ୍ନ ହିକକାଙ୍କ ସ୍ଥାନରେ ତାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କୁ ପ୍ରାର୍ଥୀ ଦେିଛି ବିଜେଡି । ଆସ୍କାରେ ମଧ୍ୟ ମହିଳା ପ୍ରାର୍ଥୀ ପ୍ରମିଳା ବିଶୋଇଙ୍କୁ  ଦଳ ଗୁରୁତ୍ବ ଦେଇଛି । କଳାହାଣ୍ଡିରେ ବି ପୁରୁଣା ସ୍ଥାନରେ ନୂଆ ମୁହଁ ଭାବେ ମନ୍ତ୍ରୀ ଥିବା ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ଏମପି ଭାବେ ଲଢାଇବାକୁ ମଇଦାନକୁ ଓହ୍ଲାଇଛି ଦଳ ।