ରାଜ୍ୟସଭା ପାଇଁ ୪ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ରାଜ୍ୟସଭା ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା । ମୁନ୍ନା ଖାଁ, ସୁବାସ ସିଂ, ସୁଜିତ୍ କୁମାର ଓ ମମତା ମହନ୍ତଙ୍କ ନାମ ଘୋଷଣା କଲେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ ।

ସେହିପରି ଓଡିଶା ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଦାୟିତ୍ବର ଅଧ୍ୟକ୍ଷ ହେଲେ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ । ଏହାସହ ତାଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । ପୂର୍ବରୁ ସୁବାସ ସିଂ ଏହି ପଦବୀରେ ଥିଲେ । ସୂଚନାଥାଉକି, ରାଜ୍ୟସଭା ପାଇଁ ଓଡିଶାର ୪ଟି ଆସନ ଖାଲିଥିଲା ।