ସାଙ୍ଗଠନିକ ନିର୍ବାଚନ ଲାଗି ୩୩ ଜିଲ୍ଲାର ରିଟର୍ଣ୍ଣି ଅଧିକାରୀଙ୍କ ନାଁ ଜାରିକଲା ବିଜେଡି

ଭୁବନେଶ୍ୱର :  ବିଜେଡିର ସାଙ୍ଗଠନିକ ନିର୍ବାଚନ ପକ୍ରିୟା ଆଉ ପାଦେ ଆଗକୁ ବଢିଛି । ପୂର୍ବରୁ ନିର୍ବାଚନ ଲାଗି ଦଳର ମୁଖପାତ୍ର ବିଧାୟକ ପ୍ରତାପ ଦେବଙ୍କୁ ରିଟଣ୍ଣି ଅଫିସର ଭାବେ ଦଳ ନିଯୁକ୍ତି କରିଥିଲା । ଏହାପରେ ଆଜି ପ୍ରତାପ ଦେବ ରାଜ୍ୟ ରିଟର୍ଣ୍ଣି ଅଧିକାରୀ ଭାବେ ୩୩ଟି ସାଙ୍ଗଠନିକ ଜିଲ୍ଲା ଲାଗି (ଡିଆରଓ)  ଜିଲ୍ଲା ରିଟର୍ଣ୍ଣି ଅଧିକାରୀ ଙ୍କ ନାଁ ଘୋଷଣା କରିଛନ୍ତି । ଦଳ ଚଳିତ ମାସ ଶେଷ ସୁଦ୍ଧା ବ୍ଲକ ଓ ଜିଲ୍ଲାସ୍ତରୀୟ ପଦାଧିକାରୀ ନିର୍ବାଚନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଦଳର ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ତାରିଖ ପୂର୍ବରୁ ଏହି ପ୍ରକ୍ରିୟା ସରିବ ବୋଲି ଜଣାପଡ଼ିଛି।

ଜିଲ୍ଲା ରିଟର୍ଣ୍ଣିଂ ଅଧିକାରୀଙ୍କ ତାଲିକା

ରାୟଗଡ଼ା ଜିଲ୍ଲା ପାଇଁ ବ୍ରଜସୁନ୍ଦର ନାୟକ, ନୂଆପଡ଼ା-ମୂଲଚାନ୍ଦ ଫଣ୍ଡେ, ସୁନ୍ଦରଗଡ଼-ପ୍ରଦୀପ ମହାପାତ୍ର, ସୁବର୍ଣ୍ଣପୁର-ଶରତ ଚନ୍ଦ୍ର ଭୋଇ, ସମ୍ବଲପୁର-ଆର୍ତ୍ତତ୍ରାଣ ମିଶ୍ର, ରାଉରକେଲା-ସନ୍ତୋଷ ନାୟକ, ପୁରୀ-ଶ୍ରୀପ୍ରକାଶ ମିଶ୍ର, ନୟାଗଡ଼-ଗଙ୍ଗାଧର ପଣ୍ଡା, ନବରଙ୍ଗପୁର-ସଚ୍ଚିଦାନନ୍ଦ ସ୍ୱାଇଁ, ମାଲକାନଗିରି-ଡମ୍ବୁର ସିସା, ମୟୂରଭଞ୍ଜ(ସଦର)- ମଙ୍ଗଳସିଂ ମୁଡି, ମୟୂରଭଞ୍ଜ-କୃଷ୍ଣଚନ୍ଦ୍ର ଦାସ, କୋରାପୁଟ- ନରେନ୍ଦ୍ର କୁମାର ସ୍ୱାଇଁ, ଅନୁଗୁଳ- ବାଉରୀବନ୍ଧୁ ମହାପାତ୍ର, ବାଲେଶ୍ୱର-ପ୍ରଣବ କୁମାର ପଣ୍ଡା, ଭଦ୍ରକ- ଜତିକାନ୍ତ ନାୟକ,ଭୁବନେଶ୍ୱର- ଶେଖ୍ ନିଜାମଉଦ୍ଦିନ, ବଲାଙ୍ଗୀର- ମୋହନଲାଲ ଜୈନ, ବୌଦ୍ଧ- ତପନ କୁମାର ଦଳେଇ, କଟକ- ମନୋରଞ୍ଜନ ଖଟୁଆ, ଦେବଗଡ଼- କାମାକ୍ଷାପ୍ରସାଦ ଗଙ୍ଗଦେବ, ଢେଙ୍କାନାଳ-ଧର୍ମାନନ୍ଦ ବରାଳ, ଗଜପତି-ପନ୍ତଳାପ୍ରସାଦ ରାଓ, ଗଞ୍ଜମ- ପ୍ରମୋଦ କୁମାର ପାତ୍ର, ଜଗତସିଂହପୁର- ଗୌତମ ପାଲିତ୍, ଝାରସୁଗୁଡ଼ା- ସୟେଦ ବେଗ, ଯାଜପୁର-ବାବାଜି ଚରଣ ଦାସ, କଳାହାଣ୍ଡି- ସୁନୀଲ କୁମାର ମୁଣ୍ଡ, କେନ୍ଦ୍ରାପଡ଼ା- ଧୀରେନ ସାହୁ, କେନ୍ଦୁଝର- ସଞ୍ଜୟ ମିଶ୍ର, ଖୋର୍ଦ୍ଧା- ରଶ୍ମୀରଞ୍ଜନ ବ୍ରହ୍ମା ଓ କନ୍ଧମାଳ- ବିରୂପାକ୍ଷ ପଣ୍ଡାଙ୍କୁ ଜିଲ୍ଲା ରିଟର୍ଣ୍ଣିଂ ଅଫିସର ଭାବେ ନିଯୁକ୍ତି ମିଳିଛି।