ବିଜେଡିରେ ମହିଳା ଓ୍ବିଙ୍ଗର ନବକଳେବର,କିଏ ହେବେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ବର : ବିଜୁ ମହିଳା ଜନତା ଦଳରେ ନବକଳେବର । ମହିଳା ଓ୍ବିଙ୍ଗରେ  ଜୁମ୍ବୋ ଟିମ ଘୋଷଣା କରି ଆସାୟୀଙ୍କ ଆଶା ପୁରଣ  କରିଛନ୍ତି ନବୀନ । ପ୍ରମିଳାଙ୍କ ମଲ୍ଲୀକଙ୍କ ସ୍ଥାନରେ ଭିନ୍ନ କ୍ଷମ କମିଶନର ପଦରୁ ଇସ୍ତଫା ଦେଇଥିବା ମିନିତି ବେହେରାଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ଦାୟୁତ୍ବ ମିଳିଛି । ସେହିପରି ମହିଳା କମିଶନ ପଦ ଛାଡିଥିବା ଲୋପାମୁଦ୍ରା ବକ୍ସି ପାତ୍ର  ମିହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ଏହା ସହ  ଟିମରେ ୪ କାର୍ଯ୍ୟକାରି ସଭାପତି ଓ ଦୁଇ ସଂପାଦକ ନିଯୁକ୍ତ କରିଛନ୍ତି ନବୀନ । ପ୍ରମିଳାଙ୍କୁ ପ୍ରୋମସନ ଦେଇ ବିଜେଡି ଉପସଭାପତି ଓ ମହିଳା ଟିମର ଉପଦେଷ୍ଟା କରିଛନ୍ତି ବିଜେଡି ସୁପ୍ରିମୋ । ତେବେ ସବୁ ବଡ କଥଆ ହେଲା ଭିନ୍ନ କ୍ଷମ କମିଶନ ଓ ମହିଳା କମିଶନ ଖାଲି କରିଥିବା ନବୀନ ସେଥିରେ କାହୁକୁ ବସାଇବେ ତାକୁ ନେଇ କଳ୍ପନା ଜଳ୍ପନା ବଢୁଛି ।

ବିଜୁ ମହିଳା ଜନତା ଦଳରେ ନବୀନଙ୍କ ଜମ୍ବୋ ଟିମ । ଦଳର ମହିଳା ଓ୍ବିଙ୍ଗରେ ନବକଳେବର କରିଛନ୍ତି ନବୀନ । ପ୍ରମିଳା ମଲ୍ଲିଙ୍କୁ ହଟାଇ ତାଙ୍କ ସ୍ଥାନରେ ଭିନ୍ନକ୍ଷମ କମିଶନ ପଦ ଛାଡିଥିବା ମିନିତି ବେହେରାଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ଦାୟୁତ୍ବ ଦେଇଛନ୍ତି । ମହିଳା କମିଶନ ଅଧ୍ୟକ୍ଷ ଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଇଛି । ଏହା ସହ ଶ୍ରୀମୟୀ ମିଶ୍ର, ସୁଲୋଚନା ଦାସ ଏବଂ ଗିରିରାଣୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ବ ଦିଆଯାଇଥିବା ସୁଲତା ଦେଓଙ୍କୁ ସାଧାରଣ ସମ୍ପାଦକ ଏବଂ ଏଲିନା ଦାସଙ୍କୁ ସମ୍ପାଦକ ଦାୟିତ୍ବ ମିଳିଛି । ମହିଳା ଓ୍ବିଙ୍ଗର ସଭାପତି ଥିବା   ପ୍ରମିଳା ମଲ୍ଲିକଙ୍କୁ ବିଜୁ ଜନତା ଦଳର ଉପସଭାପତି ଓ ମହିଳା ବିଜେଡିର ଉପଦେଷ୍ଟା କରି ପ୍ରୋମସନ ଦେଇଛନ୍ତି ନବୀନ । ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷ ଜ୍ୟୋତି ପାଣିଗ୍ରାହୀ ଓ ପୂର୍ବତନ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷ କସ୍ତୁରୀ ମହାପାତ୍ରଙ୍କୁ ମଧ୍ୟ ବିଜେଡି ମହିଳାଓ୍ବିଙ୍ଗରେ ଥଇଥାନ କରାଯାଇଛି ।

ନିର୍ବାଚନ ପୂର୍ବରୁ ମହିଳା ସଙ୍ଗଠନକୁ ଦୃଢ କରିବାକୁ ଯୋଜନା କରିଛନ୍ତି ବିଜେଡି ସୁପ୍ରିମୋ । ଏକାଧିକ ଆସାୟୀଙ୍କୁ ସନ୍ତୁଷ୍ଟ କରିବାକୁ ନବୀନ ଗଢିଛନ୍ତି ମହିଳା ଓ୍ବିଙ୍ଗର ଜମ୍ବୋ ଟିମ । ଯେଉଁଥିରେ ୪ କାର୍ଯ୍ୟକାରୀ ସଭାପତି ଦୁଇ ସଂପାଦକ ଓ ୩ ଉପଦେଷ୍ଟାଙ୍କୁ ନିଆଯାଇଛି । ମହିଳା କମିଶନ ଓ ଭିନ୍ନ କ୍ଷମ କମିଶନଙ୍କ ଭଳି ଦୁଇଟି ସାମ୍ବିଧାନିକ ପଦରୁ ଦୁଇ ସକାଳେ ଇସ୍ତଫା ଦେଇଥିଲେ ଦୁଇ ନେତ୍ରୀ । ଆଉ ପୂର୍ବାହ୍ନରେ ଦଳୀୟ ସାଙ୍ଗଠନିକ ଦାୟୀତ୍ବ ମିଳିଲା । ଏହିମିତି କରିବା ପଛରେ ନବୀନଙ୍କ ନୂଆ ରଣନିତୀ ଥିବା କୁହାଯାଉଛି । ସେପଟେ ଦଳ ପାଇଁ ଅଧିକ ସମୟ ଦେବାକୁ ପଦ ଛାଡିଲେ ବୋଲି କହିଛନ୍ତି ଦୁଇ ନେତ୍ରୀ ।

ଏବେ ପ୍ରଶ୍ନ ଉଠୁଛି ମିହିଳା କମିଶନ ଓ ଭିନ୍ନକ୍ଷମ କମିଶନ ପଦରେ କାହାକୁ ବସାଇବେ ନବୀନ । ନା ସବୁବେଳେ ଭିନ୍ନ ନିଷ୍ପତି ନେଉଥିବାନ ନବୀନ ଏଥର ଅନ୍ୟ ଦଳରୁ ଆଣି କେଇଁ ନେତାକୁ ସେଇ ଦୁଇ ପଦରେ ବସାଇବେ ନା ଦଳର କାହାକୁ ଭରସା କରିବେ ତାହା ଉପରେ ନଜର ରହିଛି ।

ମୀନତି ବେହେରା, ସଭାପତି ,ବିଜୁ ମହିଳା ଜନତା ଦଳ

ଲୋପାମୁଦ୍ରା ବକ୍ସିପାତ୍ର, କାର୍ଯ୍ୟକାରୀ ସଭାପତି ବିଜୁ ମହିଳା ଜନତା ଦଳ

ଶ୍ରୀମୟୀ ମିଶ୍ର, କାର୍ଯ୍ୟକାରୀ ସଭାପତି, ବିଜୁ ମହିଳା ଜନତା ଦଳ

ସୁଲୋଚନା ଦାସ , କାର୍ଯ୍ୟକାରୀ ସଭାପତି ବିଜୁ ମହିଳା ଜନତା ଦଳ

ଗିରିରାଣୀ ବସ୍ତିଆ, କାର୍ଯ୍ୟକାରୀ ସଭାପତି, ବିଜୁ ମହିଳା ଜନତା ଦଳ

ସୁଲତା ଦେଓ, ସମ୍ପାଦକ, ବିଜୁ ମହିଳା ଜନତା ଦଳ

ଏଲିନା ଦାସଙ୍କୁ ସମ୍ପାଦକ, ବିଜୁ ମହିଳା ଜନତା ଦଳ

ପ୍ରମିଳା ମଲ୍ଲିକ, ଉପସଭାପତି,ବିଜୁ ଜନତା ଦଳ , ଉପଦେଷ୍ଟା ମହିଳା ବିଜେଡି

ଜ୍ୟୋତି ପାଣିଗ୍ରାହୀ, ଉପଦେଷ୍ଟା ମହିଳା ବିଜେଡି

କସ୍ତୁରୀ ମହାପାତ୍ର, ଉପଦେଷ୍ଟା ମହିଳା ବିଜେଡି