ପୁଣି ନବୀନଙ୍କ ବଡ ନିଷ୍ପତ୍ତି : ରାଜନୀତି ନୁହେଁ, ଆମ ପାଇଁ ଜୀବନ ଆଗ

ପିପିଲି ଉପନିର୍ବାଚନରେ ସଭା କି ଶୋଭାଯତ୍ରା କରିବନି ବିଜେଡି

ଭୁବନେଶ୍ବର : ପିପିଲି ଉପନିର୍ବାଚନରେ ଆଉ ପ୍ରଚାର କରିବନି ବିଜେଡି। କୋଭିଡ ସଂକ୍ରମଣକୁ ଦେଖି ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ନିଷ୍ପତ୍ତି ନେଇଛନ୍ତି । ନବୀନ ଟ୍ବିଟ କରି ଲେଖିଛନ୍ତି ପ୍ରତ୍ୟକ ଜୀବନ ଆମ ପାଇଁ ମୁଲ୍ୟବାନ । ଓଡିଶା ପ୍ରତ୍ୟକ ଲୋକ ମୋ ପରିବାର ସଦସ୍ୟ । କୋଭିଡ ସଂକ୍ରମଣ ସ୍ଥିତିରେ ଆମେ ପିପିଲି ଉପନିର୍ବାଚନ ଲାଗି ପ୍ରଚାର ସଭା କି ଶୋଭାଯତ୍ରା କରିବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏକ ଦାୟିତ୍ବ ବାନ ରାଜନୈତିକ ଦଳ ଭାବେ ଲୋକଙ୍କ ଜୀବନକୁ ବିପଦରେ ପକାଇବାକୁ ଆମେ ଚାହିଁବୁନି ।ଲୋକଙ୍କ ସେବା ପାଇଁ ଆମେ ନିର୍ବାଚନ ଲଢୁଛୁ । ଯଦି ନିର୍ବାଚନ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛି ତେବେ ରାଜନୈତିକ ଦଳ ଗୁଡିକ ତାଙ୍କ ନିର୍ବାଚନ ପ୍ରଚାର ଶୈଳି ଉପରେ ପୁନର ବିଚାର କରିବାକୁ ଅପିଲ କରିଛନ୍ତି ନବୀନ । ଭାରତ ହେଉଛି ବଳିଷ୍ଠ ଗଣତନ୍ତ୍ରର ଦେଶ । ଆମେ ସମସ୍ତେ ସମସ୍ୟାର ସମାଧାନ ଲାଗି ଏକାଠି ହୋଇ ଆଗକୁ ଆସିବା ଦରକାର ।

bjd decide not hold election rallies in pipili bye election