ପରୀ ହତ୍ୟା ମାମଲାରେ ନିମ୍ନସ୍ତରର ରାଜନୀତି କରୁଛି ବିଜେପି : ବିଜେଡି

ହତ୍ୟା ମାମଲାରେ ବିଜେପି ଆରୋପର ପାଲଟା ଜବାବ ଦେଲା ବିଜେଡି

ଭୁବନେଶ୍ୱର: ପରୀ ହତ୍ୟା ମାମଲାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ତଦନ୍ତକୁ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିଛନ୍ତି । ଏସ୍‌ଆଇଟି ପକ୍ଷରୁ ଦିଆଯାଇଥିବା ତିନୋଟି ଷ୍ଟଟସ୍ ରିପୋର୍ଟ ଉପରେ ହାଇକୋର୍ଟ ସନ୍ତୋଷବ୍ୟକ୍ତ କରିବା ସହ ପରବର୍ତ୍ତୀ ଶୁଣାଣି ଲାଗି ତାରିଖ ଧାର୍ଯ୍ୟ କରିଛନ୍ତି ।

ପରୀ ହତ୍ୟା ମାମଲାରେ ତଦନ୍ତ ଲାଗି ଓଡ଼ିଶା ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ୱତନ୍ତ୍ର ତଦନ୍ତକାରୀ (ଏସ୍‌ଆଇଟି) ଗଠନ ସକାଶେ ୨୦୨୦ ନଭେମ୍ୱର ୨୭ ତାରିଖରେ ଓଡ଼ିଶା ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା । ନଭେମ୍ୱର ୨୮ ତାରିଖରେ ଓଡ଼ିଶା ସରକାର ଏସ୍ଆଇଟି ଗଠନ ନେଇ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କରିବା ସହିତ ଏସ୍ଆଇଟି ତଦନ୍ତର ମନିଟରିଂ ନେଇ ଅଦାଲତଙ୍କୁ ଅନୁରୋଧ କରିଥିଲେ ।

ଏସ୍‌ଆଇଟି ତଦନ୍ତରେ ହାଇକୋର୍ଟ ସନ୍ତୁଷ୍ଟ: ବିଜେଡି

ଏସ୍ଆଇଟି ତାହାର ତଦନ୍ତର ଅଗ୍ରଗତି ନେଇ ନିୟମିତ ଭାବେ ଓଡ଼ିଶା ହାଇକୋର୍ଟଙ୍କୁ ଷ୍ଟାଟସ୍ ରିପୋର୍ଟ ଦେଇଆସୁଛନ୍ତି । ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତି ଏସ୍ଆଇଟି ଦ୍ୱାରା ଦିଆଯାଇଥିବା ତିନୋଟି ଷ୍ଟାଟସ୍ ରିପୋର୍ଟକୁ ଅନୁଧ୍ୟାନ କରି ସନ୍ତୋଷବ୍ୟକ୍ତ କରିବା ସହିତ ମାର୍ଚ୍ଚ ୨୫ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।

BJD ON nayagada pari deasth issue

ହେଲେ ବିଜେପି ଓଡ଼ିଶା ପରୀ ହତ୍ୟାକାଣ୍ଡ ଘଟଣାରେ ଗିରଫ ଅଭିଯୁକ୍ତଙ୍କୁ ପ୍ରଥମ ଦିନରୁ ସମର୍ଥନ କରିବା ସହିତ ମନଗଢ଼ା ଆରୋପ ଓ ଶସ୍ତା ରାଜନୀତି ଚଳାଇଥିବା ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ଓଡ଼ିଶା ଇତିହାସରେ ଆଜି ପର୍ଯ୍ୟନ୍ତ ଏଭଳି ନିମ୍ନସ୍ତରର ରାଜନୀତି କେବେ ବି ଦେଖିବାକୁ ମିଳିନଥିଲା ଯାହା ପରୀ ଘଟଣାରେ ଓଡ଼ିଶା ବିଜେପି ଦେଖାଉଛି । ଓଡ଼ିଶାବାସୀ ରାଜ୍ୟ ବିଜେପିର ଏଭଳି ମନଗଢ଼ା ମିଥ୍ୟା ଆରୋପକୁ ପ୍ରତିଦିନ ଅନୁଧ୍ୟାନ କରିବା ସହିତ ଅତୀତରେ ବିଜେପିକୁ ଯେଭଳି ଶିକ୍ଷା ଦେଇଛନ୍ତି ପୁଣିଥରେ ତାହା ଦୋହରାଇବେ ବୋଲି ବିଜେପି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ।

bjd counter reaction on bjp pari murder case allegation
ଅପରପକ୍ଷରେ ବିଜେଡି ନେତ୍ରୀ ଇପ୍ସିତା ସାହୁ ମଧ୍ୟ ପରୀ ପ୍ରସଂଗରେ ପ୍ରେସମିଟ୍ କରିଛନ୍ତି ।ସେ କହିଛନ୍ତି ଯେ, ଗତ କିଛିଦିନ ବ୍ୟବଧାନରେ ଏସଆଇଟି ୩ଟି ରିପୋର୍ଟ ନ୍ୟାୟଳୟକୁ ପ୍ରଦାନ କରିଛିନ୍ତି । ନ୍ୟାୟାଳୟ ମଧ୍ୟ ଏସାଇଟି ତଦନ୍ତରେ ସନ୍ତୋଷବ୍ୟକ୍ତ କରିଛନ୍ତି । ତେବେ ଘଟଣାରେ ଅଭିଯୁକ୍ତଙ୍କ ସପକ୍ଷରେ ବାହାରି ଓକିଲାତି କରୁଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ସେ ପରୀକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ନା ନାହିଁ । ଯଦି ସେ ପରୀକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି, ଅଭିଯୁକ୍ତଙ୍କ ବିପକ୍ଷରେ ନଯାଇ ସପକ୍ଷରେ କାହିଁକି ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତ୍ରୀ ଇପ୍ସିତା ସାହୁ । ଯଦି ଅଭିଯୁକ୍ତ ସପକ୍ଷରେ ଯାଇ ଅଭିଯୁକ୍ତକୁ ବଞ୍ଚାଇବାକୁ ଚାହୁଁଛନ୍ତି, ତେବେ ଲେଖାଶ୍ରୀ ନ୍ୟାୟଳୟ ଯାଆନ୍ତୁ । ଅଭିଯୁକ୍ତ ଦୋଷ ସ୍ବିକାର କରି ସାରିବା ପରେ ତାଙ୍କୁ ଲେଖାଶ୍ରୀ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି ? ଲେଖାଶ୍ରୀଙ୍କର ଏବଳି କ୍ରୁର ମାନସିକତାକୁ ନିନ୍ଦା କରିଛନ୍ତି ଇପ୍ସିତା । ଔଷଧ ବିକଳରେ ଲେଖାଶ୍ରୀ ତାଟିଆ କାମୁଡିବା ବନ୍ଦ କରନ୍ତୁ ବୋଲି କହିଛନ୍ତି ଇପ୍ସିତା ସାହୁ ।

bjd counter reaction on bjp pari murder case allegation