ଦିଲ୍ଲୀ ଗାଦି ଲାଗି କଂଗ୍ରସକୁ ସମର୍ଥନ କରିବ କି ବିଜେଡି ?

ହାତକୁ ଧରା ଦେବକି ଶଙ୍ଖ :  କମଲନାଥ- ନବୀନ ଆଲୋଚନା ପରେ ବଢୁଛି ଚର୍ଚ୍ଚା ଭୁବନେଶ୍ବର : ଲୋକସଭା ଫଳ ବାହାରିବା ଆଗରୁ ଆରମ୍ଭ ହୋଇଗଲାଣି ମୁଲଚାଲ । କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବାକୁ ବିଜେଡି ସହ ଡିଲ୍ କରୁଛି...

ହାତକୁ ଧରା ଦେବକି ଶଙ୍ଖ :  କମଲନାଥ- ନବୀନ ଆଲୋଚନା ପରେ ବଢୁଛି ଚର୍ଚ୍ଚା

ଭୁବନେଶ୍ବର : ଲୋକସଭା ଫଳ ବାହାରିବା ଆଗରୁ ଆରମ୍ଭ ହୋଇଗଲାଣି ମୁଲଚାଲ । କେନ୍ଦ୍ରରେ ବିଜେପିକୁ କ୍ଷମତାରୁ ହଟାଇବାକୁ ବିଜେଡି ସହ ଡିଲ୍ କରୁଛି କଂଗ୍ରେସ । ଏଥିପାଇଁ କୁଆଡେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କଂଗ୍ରେସ ନେତା କମଲନାଥ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତରେ ଆଲୋଚନା ହୋଇଥିବା ନେଇ କିଛି ଗଣମାଧ୍ୟମରେ ଖବର ଉଡିଲାଣି । ବିଜେପିକୁ କେନ୍ଦ୍ରରେ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ସହ ହାତ ମିଳାଇବା ଅସମ୍ଭବ ନୁହେଁ ବୋଲି  ବିଜେଡି ଭାବିପାରେ । ଏଣିକି ସମଦୂରତା ନୁହେଁ ବରଂ ବେଟର ଡିଲ୍ ହେବ ବୋଲି ନିର୍ବାଚନ ପ୍ରଚାର ବେଳେ ନବୀନ ଯେଉଁ ସଂକେତ ଛାଡିଥିଲେ ତାହା ନବୀନ – କମଳନାଥ ଆଲୋଚନାରୁ ସଂଙ୍କେତ ମିଳୁଛି ।

ଶେଷ ପର୍ଯ୍ୟାୟ ନିର୍ବାଚନ ସରିନି । ଫଳ ବାହାରିବ ମେ ୨୩ ତାରିଖରେ । କିନ୍ତୁ ତାର ବହୁ ଆଗରୁ ଦିଲ୍ଲୀ ସିଂହାସନ କିଭଳି କବଜାକୁ ନେଇହେବ ତାପାଇଁ ଆରମ୍ଭ ହୋଇଗଲାଣି କସରତ । ଦିଲ୍ଲୀ ଗାଦିରୁ ମୋଦିଙ୍କୁ ହଟାଇବାକୁ ବିଗ୍ ପ୍ଲାନ କରିଛି ଗ୍ରାଣ୍ଡ ଓଲଡ ପାର୍ଟି କଂଗ୍ରେସ । ସେଥିରେ ବିଜେଡିର ସହାୟତା ମଧ୍ୟ ଲୋଡିଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ବରିଷ୍ଠ କଂଗ୍ରେସ ନେତା କମଳ ନାଥଙ୍କୁ ଦିଆଯାଇଛି ଦାୟିତ୍ବ । ଡୁନ୍ ସ୍କୁଲ ଫ୍ରେଣ୍ଡ ନବୀନଙ୍କ ସହ ପୋଷ୍ଟ ପୋଲ ଆଲିଆନ୍ସ ବିଷୟରେ କୁଆଡେ କଥାବାର୍ତ୍ତା କରିସାରିଥିବା ନେଇ କିଛି ଗଣମାଧ୍ୟମରେ ଚର୍ଚା ହେଉଛି । ଯେହେତୁ ବିଜେଡି ସୁପ୍ରିମୋ ନିର୍ବାଚନ ପ୍ରଚାରବେଳେ ସଂକେତ ଦେଇ ସାରିଛନ୍ତି ଯେ ଏଣିକି ସମଦୂରତା ନୁହେଁ ବରଂ ଯିଏ ଓଡିଶା ପାଇଁ ବେଟର ଡିଲ୍ କରିବ ବିଜେଡି ତା ସହିତ ଯିବ ସେଥିପାଇଁ ବିଜେଡି ଓ କଂଗ୍ରେସ ଯେ ଆଗକୁ କ୍ଲୋଜର ନହେବେ ତାହା କହିହେବ ନାହିଁ । ଏବେ ରାଜ୍ୟରେ କଂଗ୍ରେସ ନୁହେଁ ବରଂ ବିଜେପି ହିଁ ବିଜେଡିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇଥିବାରୁ ଦଳ କଂଗ୍ରେସ ସହ ଯିବାକୁ ହୁଏତ ଉଚିତ ମଣିପାରେ । ଏହାକୁ ନେଇ ରାଜ୍ୟ ରାଜନୀତିର ପାଣିପାଗ ବି ଆଗକୁ ହଲଚଲ ହେବାକୁ ଯାଉଛି । ଫଳା ଫଳ ପ୍ରକାଶ ପାଇବା ପୂର୍ବରୁ ଏହି ଦୁଇ ନେତା ଆଲୋଚନା କରିବା ଚର୍ଚ୍ଚା ରାଜ୍ୟ ରାଜନୀତିର ଉଷ୍ମତାକୁ ବଢାଇଛି ।

କଂଗ୍ରେସ ଆକଳନ କରୁଛି ଦଳ ଏଥର ଲୋକସଭା ନିର୍ବାଚନରେ ୧୫୦ ସିଟ୍ ହାସଲ କରିବ । ତେଣୁ ଆଞ୍ଚଳିକ ଦଳଙ୍କ ସମର୍ଥନରେ ଦିଲ୍ଲୀ ଗାଦି ମାଡିବସିବା କିଛି ବଡକଥା ନୁହେଁ ବୋଲି ଦଳ ଭାବୁଛି । ସେଥିପାଇଁ ୟୁପିଏ ସମର୍ଥକଙ୍କୁ ଛାଡି ଆନ୍ଧ୍ରର ୱାଇଏସଆର୍, ତେଲେଙ୍ଗାନାର ଟିଆରଏସ୍ ଏବଂ ଓଡିଶାରୁ ବିଜେଡି ସହ କଥାବାର୍ତା ଆରମ୍ଭ କରିଛି କଂଗ୍ରେସ । ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶର ଗଣିତ ଯାହା ନିର୍ବାଚନ ଫଳାଫଳ ପରେ ମମତା, ଏସପି, ବିଏସପି ସମସ୍ତେ କଂଗ୍ରେସ ସହ ଯେ ରହିବେ ତାହା ସ୍ପଷ୍ଟ ଅଛି । ମୋଦିଙ୍କୁ ଅଟକାଇବାକୁ ଆପ୍ ମଧ୍ୟ କଂଗ୍ରେସ ସହ ପୋଷ୍ଟ ପୋଲ ଆଲିଆନସ୍ କରିବା କିଛି ଆଶ୍ଚର୍ଯ୍ୟର କଥାନୁହେଁ।  କର୍ଣାଟକରେ ଜେଡିଏସ୍ ସହ ଆଗୁଆ ମେଣ୍ଟକରି ଯେଭଳି ବିଜେପିକୁ ଅଟକାଇଦେଲା କଂଗ୍ରେସ, ଦିଲ୍ଲୀ ଦରବାର ପାଇଁ ଠିକ୍ ସେଇ ଫର୍ମୁଲା ଆପଣଉଛି ଦଳ । ବିଜେପିର ଯୁକ୍ତି କଂଗ୍ରେସ ଓ ବିଜେଡି ଏକାଠି ହେଲେ ଓଡିଶାରେ କେହି ଆଶ୍ଚର୍ଯ୍ୟ ହେବେନି । କାରଣ କଂଗ୍ରେସ ସହ ଭିତିରି ବୁଝାମଣା କରି ତ ବିଜେଡି ଏଠି କ୍ଷମତାକୁ ଆସୁଛି । ଦୁଇଦଳ ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ବୋଲି ବିଜେପି ଭାବୁଛି । ସେପଟେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ମେଣ୍ଟର ବାଟ ଖୋଲା ରଖିଥିବାରୁ ରାଜନୀତି କିଛିବି ମୋଡ଼ ନେଇପାରେ।   

ଶେଷ ପର୍ଯ୍ୟାୟ ନିର୍ବାଚନ ପରେ ଓ ଫଳ ବାହାରିବା ପୂର୍ବରୁ ଅର୍ଥାତ ମେ ୧୯ରୁ ୨୩ ଭିତରେ ଏନଡିଏ ବିପକ୍ଷ ଦଳ ମାନେ ଦିଲ୍ଲୀରେ ଏକାଠି ହେବାକୁ ସଜବାଜ ହେଉଛନ୍ତି । କଂଗ୍ରେସ ଲେଡ୍ ଉପା ଭାବୁଛି ଯେହେତୁ କାହାକୁ ଏଥର ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ ତେଣୁ ଏହି ମୌକାରେ ଆଞ୍ଚଳିକ ଦଳଙ୍କ ସହ ମୁଲଚାଲ କରି ଦିଲ୍ଲୀ କ୍ଷମତାକୁ ହାତକୁ ନେବାପାଇଁ ସୁଯୋଗ ଅଛି । ତେବେ ବାସ୍ତବିକ ମେ ୨୩ ଇଭିଏମ ରେଜଲ୍ଚ ପରେ ହିଁ ସ୍ପଷ୍ଟ ହେବ କିଏ ଲିଡ କରିବ ଓ କିଏ କାହାକୁ ସମର୍ଥନ ଦେବ ।  

Spread the love
Categories
ପଲିଟିକ୍ସବଡ ଖବର

RELATED BY