ପିପିଲି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀରୁଦ୍ର ମହାରଥୀ

ପିପିଲି  : ପିପିଲି ଉପନିର୍ବାଚନ ପାଇଁ ସରିଲା ମାନାଙ୍କନ ଦାଖଲ । ଶେଷ ଦିନରେ ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ  ପୁରୀରେ ନାମାଙ୍କନ ଭରିଛନ୍ତି ।   ପିପିଲିରୁ ଶୋଭାଯାତ୍ରାରେ ବାହାରି ପୁରୀରେ ନାମାଙ୍କନ ଭରିଛନ୍ତି । ଆଜି ସକାଳେ ଡେଲାଙ୍ଗ ସୋମନାଥ ମନ୍ଦିରରେ ପୂଜାଚର୍ଚ୍ଚନା କରିବା ପରେ  ସେ ପିପିଲି ବିଜେଡି କାର୍ଯ୍ୟାଳୟରୁ ନାମାଙ୍କନ ପତ୍ର ଦାଖଲ ପାଇଁ ପୁରୀ ଅଭିମୁଖେ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଦଳୀୟ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ମନ୍ତ୍ରୀ ସମୀର ଦାସ, ପଦ୍ମୀନି ଦିଆନ, ବରିଷ୍ଠ ନେତା ବିଧାୟକ ଦେବୀ ମିଶ୍ର , ସାଂସଦ ପିନାକୀ ମିଶ୍ର, ବରିଷ୍ଟ ନେତା ମହେଶ୍ବର ମହାନ୍ତି ପ୍ରମୁଖ ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଭଉଣୀ ପଲ୍ଲବୀ, ଭିଣୋଇ ଅର୍ଦ୍ଧେନ୍ଦୁଙ୍କ ସହ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ରୁଦ୍ର ପ୍ରତାପ ମହାରଥୀ ପୁରୀ ଯାଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବେ ବୋଲି କହିଛନ୍ତି ରୁଦ୍ର । ଚାଷୀଙ୍କ ଉନ୍ନତି, ପାନୀୟ ଜଳ, ଜଳସେଚନ ଉପରେ ଧ୍ୟାନ ଦେବେ ବୋଲି ରୁଦ୍ର କହିଛନ୍ତି ।

bjd candidate rudra pratap maharathy file nomination for pipili assembly constituency bye election

 

bjd candidate rudra pratap maharathy file nomination for pipili assembly constituency bye election