ଆଳିରେ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟୀ

୨୦୨୪ ସାଧାରଣ ନିର୍ବାଚନ ଫା ପାଇଁ ଭୋଟ ଗଣତି ଚାଲିଛି। ଏହି ପରିପ୍ରେକ୍ଷୀରେ ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ୧୯୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମାଙ୍କୁ ହରାଇଲେ । ପ୍ରତାପ ଦେବଙ୍କୁ ୭୩ ହଜାର ୩୬୬ ଭୋଟ ମିଳିଛି । ସେହିପରି ଦେବସ୍ମିତା ଶର୍ମାଙ୍କୁ ୫୩ ହଜାର ୮୧୨ ଭୋଟ ମିଳିଛି ।