ସପ୍ତାହବ୍ୟାପୀ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଅଭିଯାନରୁ୧୨୬୫ ୟୁନିଟ୍ ରକ୍ତ ସଂଗ୍ରହ

ଭୁବନେଶ୍ୱର  : ସଂପ୍ରତି କରୋନାର ସଂକଟମୟ ପରିସ୍ଥିତିରେ ରକ୍ତର ଉତ୍କଟ ଅଭାବ ଦେଖାଦେଉଥିବାରୁ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତ ସଂଗ୍ରହ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ସପ୍ତାହବ୍ୟାପୀ ରାଜ୍ୟରେ ବିଭିନ୍ନ ସ୍ଥାନରେ ଛୋଟ ଛୋଟ ରକ୍ତଦାନ ଶିବିର ଆୟୋଜନ କରି ଏହି ଅଭିଯାନରୁ ବହୁମୂଲ୍ୟ ୧୨୬୫ ୟୁନିଟ୍ ରକ୍ତ ସଂଗୃହିତ କରାଯାଇଛି ।
ଏହି ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ରକ୍ତଭଣ୍ଡାର ଗୁଡ଼ିକରେ ରକ୍ତର ଆବଶ୍ୟକତାକୁ ଅନୁଭବ କରି ଜୀବନବିନ୍ଦୁ କାର‌୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରି ସପ୍ତାହବ୍ୟାପୀ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ ଶିବିର ଗୁଡ଼ିକ ସମସ୍ତ କୋଭିଡ୍ ଗାଇଡଲାଇନ୍ ର ଅନୁପାଳକରିବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ଏହି କାର‌୍ୟ୍ୟକୁ ହାତକୁ ନେଇ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ କରିଛି । ଅଭିଯାନର ଶେଷଦିନରେ କଟକରୁ ୫୫, କେନ୍ଦ୍ରାପଡ଼ାରୁ ୨୭, ରାଉରକେଲାରୁ ୨୦ ଓ ଜଗତସିଂହପୁରରୁ ୨୦ ମୋଟ ୧୨୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଆଜି ଜଗତସିଂହପୁରରେ ଆୟୋଜିତ ଶିବିରକୁ ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ ମୁଦୁଲି ଓ ବାଙ୍କି ବିଧାୟକ ତଥା ବିଜୁ ଛାତ୍ର ଜନତା ଦଳ ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।
ତେବେ ସପ୍ତାହବ୍ୟାପୀ ଚାଲିଥିବା ରକ୍ତଦାନ ଶିବିର ୧୮ଟି ଜିଲ୍ଲାରେ ଅନୁଷ୍ଠିତ ହୋଇଥିଲା । କଟକ ଜିଲ୍ଲାରୁ ସର୍ବୋଚ୍ଚ ୧୯୭ ୟୁନିଟ୍ ସଂଗ୍ରହ ହୋଇଥିବା ବେଳେ ରାଉରକେଲାରୁ ୧୯୧, ଖୋର୍ଦ୍ଧାରୁ ୧୩୩, ଭୁବନେଶ୍ୱର ସାଙ୍ଗଠାନିକ ଜିଲ୍ଲାରୁ ୧୧୧, କେନ୍ଦୁଝରରୁ ୧୦୦, କେନ୍ଦ୍ରାପଡ଼ାରୁ ୯୧, ପୁରୀରୁ ୭୫, ଢେଙ୍କାନାଳରୁ ୭୩, ମୟୁରଭଞ୍ଜରୁ ୬୩, ବାଲେଶ୍ୱରରୁ ୫୧, ଜଗତସିଂହପୁରରୁ ୪୮, ଗଞ୍ଜାମରୁ ୩୦, ଅନୁଗୋଳରୁ ୨୫, ଭଦ୍ରକରୁ ୨୪, ନବରଙ୍ଗପୁରରୁ ୨୧, ଯାଜପୁରରୁ ୧୯ ଓ ଦେବଗଡ଼ ଜିଲ୍ଲାରୁ ୧୩ ସମୁଦାୟ ବହୁମୂଲ୍ୟ ୧୨୬୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି। କୋଭିଡ୍ ମହାମାରୀରେ ଏହି ସଂକଟମୟ ପରିସ୍ଥିତରେ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଓଡ଼ିଶା-ମୋ ପରିବାର ତରଫରୁ ଧନ୍ୟବାଦ ଜଣାଯାଇଛି ।