ଘୋଷଣା ହେଲା ବିଜେଡି ଜିଲ୍ଲା ସଭାପତି; ୧୯ ଜିଲ୍ଲାରେ ନୂଆ ମୁହଁ

ଭୁବନେଶ୍ବର: ଡିସେମ୍ବର ୨୦୧୯ରୁ ଆରମ୍ଭ ହୋଇଥିବା ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି ଶେଷରେ ଜିଲ୍ଲା ସଭାପତିଙ୍କ ନା ଘୋଷଣା କରାଯାଇଛି । ଅନେକ କସରତ ଓ ବିଚାର ବିମର୍ଶ ପରେ ଏହି ତାଳିକା ପ୍ରକାଶ କରିଛି ଶାସକ ଦଳ । ଧାର୍ଯ୍ୟ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଦଳ ‘ଜିଲ୍ଲା ସଭାପତି’ମାନଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇଛି । ଡିସେମ୍ବର ୨୭ରୁ ଫେବୃୟାରୀ ୨୬ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିଜର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିଲା ବିଜେଡି । ସେହି ଅନୁଯାୟୀ ଆଜି ଜିଲ୍ଲା ସଭାପତି ତାଳିକା ଘୋଷଣା ହୋଇଛି । ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ୧୪ଟିରେ ପୁରୁଣା ମୁହଁ ଥିବାବେଳେ ୧୯ ଜିଲ୍ଲାରେ ଦଳ ନୂଆ ନେତୃତ୍ବକୁ ମୈଦାନକୁ ଆଣିଛି । ତେବେ ଆଶ୍ଚର୍ଯ୍ୟକର ଭାବେ କିଛି ପୁରୁଖାଙ୍କୁ ସାଂଗଠନିକ ପଦ ପଦବୀରୁ ବାଦ ଦେଇଛି ଦଳ ।

ନୂଆ ଚେହେରା ଭାବେ ସଭାପତି ପଦ ପାଇଥିବା ଜିଲ୍ଲା ଓ ନେତା ହେଉଛନ୍ତି:

ଅନୁଗୋଳ- ମହେନ୍ଦ୍ର ବସ୍ତିଆ

ଭୁବନେଶ୍ୱର- ଅନନ୍ତ ନାରାୟଣ ଜେନା

ବଲାଙ୍ଗୀର- ଟୁକୁନି ସାହୁ

ଦେବଗଡ- ରୋମାଂଚ ରଞ୍ଜନ ବିଶ୍ୱାଳ

ଗଜପତି- ପ୍ରଦୀପ ନାୟକ

ଗଞ୍ଜାମ- ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ

ଜଗତସିଂହପୁର- ପ୍ରଶାନ୍ତ ମୁଦୁଲି

କେନ୍ଦ୍ରାପଡା- ଉତ୍କଳ କେଶରୀ ପରିଡା

କେନ୍ଦୁଝର- ମାଧବ ସର୍ଦ୍ଦାର

ମାଲକାନଗିରି- ପୂର୍ଣ୍ଣଚନ୍ଦ୍ର ବାକା

ମୟୁରଭଞ୍ଜ- କାଶୀନାଥ ହେମ୍ବ୍ରମ

ମୟୁରଭଞ୍ଜ ସଦର- ସୁଦାମ ମାରାଣ୍ଡି

ନବରଙ୍ଗପୁର-ରମେଶ ମାଝୀ

ନୟାଗଡ- ରମେଶ ବେହେରା

ସମ୍ବଲପୁର- ସିଦ୍ଧାର୍ଥ ଦାସ

ସୁନ୍ଦରଗଡ- ବିନୟ ଟପ୍ପୋ

ରାଉରକେଲା- ସାରଦା ନାୟକ