ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା

ଗଣଧାରଣା ଦେବା ସହ ରାସ୍ତା ଉପରେ ଚୂଳି ଜାଳି ବିଜେଡିର ପ୍ରତିବାଦ

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପ୍ରତିବାଦରେ ଆଜି ବିଜେଡି ରାସ୍ତାକୁ ଓହ୍ଲାଇଛି। ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ରାଜଭବନ ଅଭିମୁଖେ ରାଲି କରିଛନ୍ତି। କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦରବୃଦ୍ଧିର କାରଣ ହୋଇଛି। ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି। ଦରବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ। ବିଶେଷ କରି ଆର୍ଥିକ ପରିଚାଳନାରେ ମୋଦୀ ସରକାର ବିଫଳ ହୋଇଥିବା ଦଳ କହିଛି। ଭୁବନେଶ୍ୱର କେଶରୀ ହଲ ନିକଟରୁ ସାଇକେଲ ରାଲିରେ କରିଛନ୍ତି ବିଜେଡି ନେତା ଓ ଛାତ୍ର ଜନତା ଦଳର କର୍ମୀ।

ବିଜେଡି ପକ୍ଷରୁ ରାଜଭବନ ଆଗରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଛି । ଏଥିରେ ସଂଖ୍ୟାଧିକ ମହିଳା ସାମିଲ୍ ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି ।
ମହିଳା ବିଜେଡି କର୍ମୀ ଦରଦାମ ବୃଦ୍ଧିର ତୀବ୍ର ବିରୋଧ କରିଛନ୍ତି । ଗ୍ୟାସ୍ ସିଲିଣ୍ଡର ମୁଣ୍ଡାଇବା ସହ ରାସ୍ତା ଉପରେ ଚୂଲି ଜାଳି ବିଜେଡି ପ୍ରତିବାଦ କରିଛି । ଗଣଧାରଣା ଦେବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ଦେଇଛି ଦଳ । ନଭେମ୍ବର ପହିଲାରେ ଦରଦାମ ବୃଦ୍ଧିକୁ ବିରୋଧ କରି ୧୪୭ଟି ନିର୍ବାଚନ ମଣ୍ଡଳୀରେ ମହିଳା ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯିବ । ୫ ତାରିଖରୁ ୭ ତାରିଖ ଯାଏଁ ପେଟ୍ରୋଲ ଓ ଡିଜେଲ୍ ଦର ବୃଦ୍ଧିକୁ ବିରୋଧ କରି ବିଜୁ ଯୁବ ଛାତ୍ର ସଂଗଠନ ପକ୍ଷରୁ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ହେବ ।

bjd against on fuel price hike in front governor house