ସୁର୍ଗତ କଳ୍ପତରୁ ଦାସଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର

ଧର୍ମଶାଳା : ସୁର୍ଗତ କଳ୍ପତରୁ ଦାସଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୁଲ୍ୟରେ ଧର୍ମଶାଳା ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିର ହୋଇଯାଇଛି । ଆଜି ବିଶିଷ୍ଟ ଜନନାୟକ ତଥା ଧର୍ମଶାଳା ପୂର୍ବତନ ବିଧାୟକ, ଓଡିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ vକଳ୍ପତରୁ ଦାସଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଓଡିଶା ମୋ ପରିବାର ତରୁଫରୁ ରକ୍ତଦାନ ଶିବିର ଧର୍ମଶାଳା ନିବାର୍ଚନ ମଣ୍ଡଳୀରେ ୬ଗୋଟି ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୋଟ ୨୫a m ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।

ଉକ୍ତ ରକ୍ତଦାନ ଶିବିରରେ ବିଜୁ “ମହିଳା ଜନତା ଦଳ ରାଜ୍ୟ ସଭାପତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ବିଧାୟକ ବୋମକେଶ ରାୟ, ଯାଜପୁର ପୂର୍ବତନ ସଂସଦ ଓ ଓଡ଼ିଶା ମୋ ପରିବାର ସଦସ୍ୟ ରୀତା ତରାଇ ଓ ସଦସ୍ୟ ମାନ୍ୟବର ବିଧାୟକ ସଞ୍ଜିବ ମଲ୍ଲିକ, କୋରେଇ ବିଧାୟକ ଅଶୋକ ବଳ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଜୁମହିଳା ଜନତା ଦଳ ଯାଜପୁର ଜିଲ୍ଲା ସଭାପତି ସବିତା ରାଉତ, ଧର୍ମଶାଳା ପାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।