ବିଜୁ ଯୁବ ଜନତା ଦଳ ପକ୍ଷରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତ ଦାନ ଶିବିର ଅନୁଷ୍ଠିତ

ତୃତୀୟ ଦିନରେ ସଂଗ୍ରହ ହେଲା 121 ୟୁନିଟ୍ ରକ୍ତ

ଭୁବନେଶ୍ୱର :  ମାନ୍ୟବର ମୂଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରକ୍ତ ଭଣ୍ଡାର ରେ ରକ୍ତ ଅଭାବ କୁ ଦୁର କରିବା ନିମନ୍ତେ ଓଡ଼ିଶା ମୋ ପରିବାର -ଜୀବନ ବିନ୍ଦୁ ଆନୁକୁଲ୍ୟରେ ଯୁବ ବିଜେଡ଼ି ପକ୍ଷରୁ ତୃତୀୟ ଦିବସର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ତତ୍ତ୍ଵବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ଶ୍ରୀ ସୁଭେନ୍ଦୁ ମଙ୍ଗରାଜ ଏବଂ ଭୁବନେଶ୍ବର ଜୋନ୍ ସଭାପତି ବିଜୟ କେତନ ସାହୁ ନେତୃତ୍ବ ନେଇଥିଲେ।ଏହି ରକ୍ତଦାନ ଶିବିରରେ ୧୨୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।ଏହି ଅବସରରେ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା, ଓଡ଼ିଶା ମୋ ପରିବାର ର ଆବାହକ ଶ୍ରୀ ଅରୁପ ପଟ୍ଟନାୟକ, ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରତାପ ଦେବ, ବିଜେଡି ସାଧାରଣ ସମ୍ପାଦକ (ଯୁବ ବ୍ୟାପାର)ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ, ମାନ୍ୟବର ଭୁବନେଶ୍ୱର-ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ମାନ୍ୟବର ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ବିଜେଡି ସମ୍ପାଦକ (ଯୁବ ବ୍ୟାପାର) ଶ୍ରୀ ରଞ୍ଜିତ ମହାପାତ୍ର, ବିଜେଡି ସମ୍ପାଦକ (ଯୁବ ବ୍ୟାପାର) ତଥା ଓଡ଼ିଶା ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରି,, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ସାହୁ, ବିଜେଡି ସଂପାଦକ ଶ୍ରୀ ଦୂର୍ଗା ସାମନ୍ତରାୟ, ଓଡ଼ିଶା ମୋ ପରିବାର ସଂଯୋଜକ ଶ୍ରୀ ରୁଦ୍ର ସାମନ୍ତରାୟ, ବିଜେଡି ଯୁଗ୍ମ ସଂପାଦକ(ଯୁବ ବ୍ୟାପାର) ଶ୍ରୀ ଜ୍ୟୋତି ରଞ୍ଜନ ଜେନା, ଯୁଗ୍ମସଂପାଦକ (ଛାତ୍ର ବ୍ୟାପାର) ଅମରଜିତ୍ ସେନାପତି,ବିଜେଡି ସଂପାଦକ (ଛାତ୍ର ବ୍ୟାପାର) ଶ୍ରୀ ତନ୍ମୟ ସ୍ବାଇଁ,ଯୁବ ନେତା ପ୍ରକାଶ ତ୍ରିପାଠୀ, ପ୍ରମୁଖ ଯୋଗ ଦେଇ ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିଲେ। ଏହି ରକ୍ତଦାନ ଶିବିରରେ ବିଜୁ ଯୁବ ଜନତା ଦଳର ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଶ୍ରୀ ଧୃତି ରଞ୍ଜନ ମାର୍ଥା, ରାଜ୍ୟ ଉପସଭାପତି ସୋଫିଆ ଆଲମ୍,ସୁନିଲ୍ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ କନିଷ୍କ ଜେନା ,ଆଶିଷ ରଞ୍ଜନ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରାଜ୍ୟ ସମ୍ପାଦକ ଅଫତାବ୍ ଆଲମ ଖାନ୍, ରଶ୍ମି ରଞ୍ଜନ ଦାସ୍ ,ଲଗ୍ନଦିପା ମିଶ୍ର, ଅମରଜିତ୍ ଗୈଡ଼,ସ୍ୟୋମ୍ୟ ସାର୍ଥକ ରାୟ,ଅରୁଣ ମହାନ୍ତି, ମନୋଜ ମହାନ୍ତି, ଛାତ୍ର ବିଜେଡି କାର୍ଯ୍ୟକାରି ସଭାପତି ରାଜେଶରାଜ୍ ସ୍ବାଇଁ, ମହାସଚିବ ଇପ୍ସିତା ସାହୁ, ବିଜୟଲକ୍ଷ୍ମୀ ଦାସ୍,ସୁଚିସ୍ମିତା ବେହେରା, ଏବଂ ଦେବାଶିଷ ସାମଲ ପ୍ରମୁଖ ସହଯୋଗ କରିଥିଲେ ।