ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ପକ୍ଷରୁ ରିଲିଫ ବଣ୍ଟନ

ପୁରୀ: ଫନି ରେ ପ୍ରଭାବିତ ପୁରୀ ଜିଲ୍ଳା ସଦର ବ୍ଲକର ଗଡ ମୁର୍ଗଶୀରା ପଂଚାୟତ ରେ ରିଲିଫ ପ୍ରଦାନ ପାଇଁ ପହଞ୍ଚିଛନ୍ତି ବିଜେଡିର ବରିଷ୍ଠ ନେତା ପୂର୍ବତନ ବାଚସ୍ପତି କିଶୋର ମହାନ୍ତି। ନିଜ ସହଯୋଗୀ ଙ୍କ ସହ ୩୦ ଜଣିଆ ଟିମ ଗଡ ମୁର୍ଗଶୀରା ପଂଚାୟତ ରେ ପହଞ୍ଚି ସେଠାରେ ବାତ୍ୟା ପ୍ରପୀଡ଼ିତ ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ର ବ୍ୟବସ୍ଥା କରିଛନ୍ତି। ପଞ୍ଚାୟତ ର ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କୁ ପ୍ରତିଦିନ ସକାଳେ ଟିଫିନ ସହ ଦ୍ୱିପ୍ରହର ରେ ଭାତ ,ଡାଲମା, ଖଟା ସହ ରାତିରେ ମଧ୍ୟ ସମାନ ଖାଦ୍ୟ ଦିଆଯାଉଛି।ଏଥିପାଇଁ କିଶୋର ମହାନ୍ତି ଝାରସୁଗୁଡା ଓ ବ୍ରଜରାଜନଗର ରୁ ବିଜେଡି କର୍ମୀଙ୍କ ସହ ରୋଷେଇ ସାମଗ୍ରୀ, ରାନ୍ଧୁଣିଆ ନେଇ ସେହି ପଞ୍ଚାୟତ ରେ ଲୋକଙ୍କ ନିକଟରେ ଖାଦ୍ୟ ଯୋଗାଇ ଦେବା କାର୍ଯ୍ୟରେ ଲାଗି ପଡିଛନ୍ତି।ତାଙ୍କୁ ବିଜେଡିର ବରଗଡ ଜିଲ୍ଲାର ବରିଷ୍ଠ ନେତା ପ୍ରଭାତ ଆଦିତ୍ୟ ମିଶ୍ର,ସୌଭାଗ୍ୟ ନାଏକ ପ୍ରମୁଖ ସହାୟତା କରୁଥିବା ବେଳେ ସପ୍ତାହ କ ପାଇଁ ଏହି ରିଲିଫ ଯୋଗାଇ ଦିଆଯିବ । ଆବଶ୍ୟକ ହେଲେ ଆଉ ଅଧିକ ଦିନ ବଢ଼ାଇ ଦିଆଯିବ ବୋଲି କିଶୋର ମହାନ୍ତି କହିଛନ୍ତି।ପୁରୀ ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ଉଭୟ ଦିନ ଓ ରାତିରେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ଝାରସୁଗୁଡ଼ା ଯୁବ ବିଜେଡି ତରଫରୁ ରନ୍ଧା ଖାଦ୍ୟ ଓ ସାମଗ୍ରୀ ବଣ୍ଟନ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ କିଶୋର ମହାନ୍ତିଙ୍କ ଅଧ୍ୟକ୍ଷତାରେ ପ୍ରଭୁ ଜଗନ୍ନାଥଙ୍କ ବେଳା ଭୂମି ପୁରୀ ଠାରେ ସେବା କରିବା ପାଇଁ ମୌକା ମିଳି ଥିବାରୁ ଆମେ ଧନ୍ୟ ମନେ କରୁ ଅଛୁ। ମହାପ୍ରଭୁ ଜଗନ୍ନାଥ ସମସ୍ତ ବାତ୍ୟା ପୀଡିତ ଙ୍କୁ ଘଣ୍ଟ ଘୋଡାଇ ରଖନ୍ତୁ।