ଗୁଣିଆଙ୍କ କାମୁଡା ଚିକିତ୍ସା : ରୋଗ ଭଲ ଲାଗି ମହିଳାଙ୍କ ଶରୀର ସାରା କାମୁଡ଼ିଲେ ଚିକିତ୍ସକ

ମାଲକାନଗିରି : ଗୁଣିଆଙ୍କ କାମୁଡା ଚିକିତ୍ସା । ଏମିତି ଏକ ବିଚିତ୍ର ଚିକିତ୍ସା ଦେଖିବାକୁ ମିଳିଛି ମାଲକାନଗିରିରେ । କାଲିମେଳା ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗାଁରେ ଜଣେ ଗୁଣିଆ ଏମିତି ଅଜବ ପ୍ରଣାଳୀରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି ।...

ମାଲକାନଗିରି : ଗୁଣିଆଙ୍କ କାମୁଡା ଚିକିତ୍ସା । ଏମିତି ଏକ ବିଚିତ୍ର ଚିକିତ୍ସା ଦେଖିବାକୁ ମିଳିଛି ମାଲକାନଗିରିରେ । କାଲିମେଳା ତେଲରାଇ ପଂଚାୟତର ଉର୍ମାଗୁଡ଼ା ଗାଁରେ ଜଣେ ଗୁଣିଆ ଏମିତି ଅଜବ ପ୍ରଣାଳୀରେ ଚିକିତ୍ସା କରୁଥିବା ଦେଖିବାକୁ ମିଳିଛି । ଏହି ଗୁଣିଆ ଜଣଙ୍କ ଜଣେ ମହିଳା ରୋଗୀଙ୍କୁ ସୁସ୍ଥ କରିବାକୁ ଝଡ଼ାଫୁଙ୍କା କରିଥିଲେ । ହାତରେ ଏକ ମୟୂରପୁଛ ଧରି ରୋଗୀକୁ ଝାଡ଼ିବା ପରେ ଗୁଣିଆ ଜଣଙ୍କ ମହିଳା ରୋଗୀଙ୍କ ଶରୀର ସାରା କାମୁଡ଼ି ଚାଲିଥିଲା। ରୋଗୀର ପିଠି, ବେକ, ଛାତି ଓ ପେଟକୁ କାମୁଡ଼ି ଗୁଣିଆ ଜଣଙ୍କ ସଂପୂର୍ଣ୍ଣ ଭଲ ହୋଇଯିବ ବୋଲି ବିଶ୍ବାସ ଜନ୍ମାଇ ଚାଲିଥିଲା। ଅନ୍ୟପଟେ ରୋଗୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ମାଲକାନଗିରି ଜିଲ୍ଲାରେ ଲୋକେ ଏବେ ବି ଅନ୍ଧବିଶ୍ବାସରେ ଘୋରି ହୋଇ ରହିଛନ୍ତି ।

ଛୋଟମୋଟ ସମସ୍ୟା ହେଲେ ଗୁଣିଆ ତଥା ଦିଶାରୀ ନିକଟକୁ ଚାଲିଯାଉଛନ୍ତି । ରୋଗ ହେଲେ ଡାକ୍ତରଖାନା ଅପେକ୍ଷା ଝଡ଼ାଫୁଙ୍କା ଉପରେ ଅତୁଟ ବିଶ୍ବାସ ରହିଛି । ଏହି ଦୃଶ୍ୟ ଦେଖିବାକୁ ଯେତିକି ଆଶ୍ଚର୍ଯ୍ୟ ଜନକ ସେତିକି ହୃଦୟ ବିଦାରକ । ଉର୍ମାଗୁଡ଼ା ଗାଁର ଦେବା ବେଟୀଙ୍କ ପତ୍ନୀ ଦୁଲେ ବେଟୀ ଜ୍ୱରରେ ଆକ୍ରାନ୍ତ ହୋଇ ରହିଥିଲେ । ଭୀଷଣ ଜ୍ୱର ସାଙ୍ଗକୁ ହାତଗୋଡ଼ରେ ବ୍ୟଥା ହେଉଥିଲା । ଏମିତି ସ୍ଥିତିରେ ଦୁଲେ ମେଡିକାଲ ଯିବା ପରିବର୍ତେ ଗୁଣିଆଙ୍କ ନିକଟକୁ ଗଲେ ସଂପୂର୍ଣ୍ଣ ସୁସ୍ଥ ହୋଇଯିବାର ବିଶ୍ବାସ ନେଇ ଆସିଥିଲେ । ଗୁଣିଆ କାମୁଡ଼ାରୁ ଯନ୍ତ୍ରଣା ହେଉଥିଲେ ବି ସେ ଏହାକୁ ସହ୍ୟ କରି ନେଇଥିଲେ । କେବଳ ଏହା ଗୋଟିଏ ଘଟଣା ନୁହେଁ, ଏହିପରି ଅନେକ ରୋଗୀ ମେଡିକାଲ ନ ଯାଇ ଗୁଣି ଗାରେଡ଼ି ଉପରେ ନିର୍ଭର କରି ମୃତ୍ୟୁମୁଖରେ ପଡୁଛନ୍ତି । ଏଭଳି କ୍ଷେତ୍ରରେ ଲୋକଙ୍କୁ ସଚେତନ କରିବା ପ୍ରଶାସନର ବଡ ଦାୟିତ୍ବ ।

Spread the love
Categories
ଓଡିଶା

RELATED BY

  • କଟକ ଏସ୍‌ସିବି ଆସିବେ ଜଗା ଓ କାଳିଆ

    କଟକ : ନୂଆଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା ଓ କାଳିଆ କଟକ ବଡ଼ ମେଡିକାଲ୍‌ ଆସିବେ। କେବେ ଆସିବେ ତାହା ୭ ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ।...
  • ନଦୀରେ ବୁଡ଼ି ଗଲେ ଦୁଇ ଭଉଣୀ

    ସାଲେପୁର : କଟକ ଜିଲ୍ଲା କିଶନନଗର ଥାନା ବାବୁଜଙ୍ଗ ପଞ୍ଚାୟତ ସଫିପୁର ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ନଦୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ...
  • ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ପରଲୋକ

    ଭୁବନେଶ୍ୱର:ରାଜ୍ୟର ଜଣେ ସୁନାମଧନ୍ୟ ତଥା ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ ଆଉ ନାହାନ୍ତି । ଗତକାଲି ରାତିରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ବୟସ...
  • ବଙ୍ଗୋପସାଗରରେ ପୁଣି ଘୂର୍ଣ୍ଣିବଳୟ:୨ ଦିନ ଭିଜିବ ଓଡ଼ିଶା!

    ଭୁବନେଶ୍ବର : ଶୁକ୍ରବାର ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଥିଲା ପ୍ରାୟ ସପ୍ତାହକ ଯାଏଁ ସାରା ରାଜ୍ୟରେ ବଡ଼ ବର୍ଷା ନାହିଁ। ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ କାଁ ଭାଁ ବର୍ଷା ହୋଇପାରେ। ହେଲେ ଆଜି ପୁଣି ପୂର୍ବାନୁମାନ...