ରାଉଲକେଲା: ସୁନ୍ଦରଗଡ ଜିଲ୍ଲାର ବିଶ୍ରାରେ କଂଟେନମେଂଟ ଅବଧିକୁ ବୃଦ୍ଧି କରାଯାଇଛି । ତେବେ ଏହି ଅବଧି ୪୮ଘଂଟା ପାଇଁ ବୃଦ୍ଧି କରାଯାଇଥିବା ନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
ସୂଚନାଯୋଗ୍ୟ ପୂର୍ବରୁ ୪୮ଘଂଟା ଲାଗି ବିଶ୍ରାକୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିଲା । ଆଜି ଏହି ଅବଧି ଶେଷ ହେଉଥିଲା। ଏହାକୁ ଆଉ ୪୮ ଘଂଟା ବୃଦ୍ଧି କରାଯିବା ଫଳରେ ଆସନ୍ତା ୧୬ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ।