ବିଜେପି ବିଧାୟକ ଦଳ ଉପନେତା ହେଲେ ବିଷ୍ଣୁ, ମୋହନଙ୍କୁ ମୁଖ୍ୟ ସଚେତକ ଦାୟିତ୍ୱ

ଭୁବନେଶ୍ୱର: : ଷୋଡ଼ଶ ବିଧାନସଭାରେ ବିରୋଧୀ ଦଳ ନେତା ପଦ ବିଜେପିର ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକଙ୍କୁ ମିଳିବା ପରେ ଆଜି ବିଜେପି ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ବିଧାୟକ ଦଳର ମୁଖ୍ୟ ସଚେତକ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦଳ ଦାୟିତ୍ବ ଦେଇଛି। ଏ ନେଇ ଆନୁଷ୍ଠାନିକ ଭାବେ ଦଳ ପକ୍ଷରୁ ପ୍ରେସ ଇସ୍ତାହାର ଜାରି କରି ଜଣାଇ ଦିଆଯାଇଛି।