“ଡ୍ୟାନ୍ସ ଦିୱାନେ-୨”ର ବିଜୟ ମୁକୁଟ ପିନ୍ଧିଲେ ବିଶାଲ

ମୁମ୍ବାଇ: ଟେଲିଭିଜନର ପପୁଲାର ଡ୍ୟାନ୍ସ ରିଆଲିଟି ଶୋ ‘ ଡ୍ୟାନ୍ସ ଦିୱାନେ-୨ର ଫିନାଲେ ସରିଛି । ଶୋ ‘ରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି ସଲମାନ ଖାନ୍ । ଜାମସେଦପୁରର ବିଶାଲ ସୋନକର ହୋଇଛନ୍ତି ୨ୟ ସିଜିନର ବିଜେତା । ବିଜେତା ଟ୍ରଫି ସହ ୧୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।

ବିଶାଲ ସେକେଣ୍ଡ ଜେନେରସନର ବିଜେତା ହୋଇଥିବା ବେଳେ ତୃତୀୟ ଜେନେରେସନର ମେହୁଲ ମେହେତା ଓ ପ୍ରଥମ ଜେନେରେସନର ତ୍ବିସା ପଟେଲ-ବିହାନ ତ୍ରିବେଦୀ ହୋଇଛନ୍ତି । ଡ୍ୟାନ୍ସ ଦିୱାନେ-୨ର ଫିନାଲେରେ ସୁଭମ ମହାପାତ୍ର, ପରମଦୀପ ସିଂହ ଓ ସ୍ନେହା ମଧ୍ୟ ସାମିଲ ଥିଲେ ।ଶୋ ‘କୁ ମାଧୁରୀ, ଶଶାଙ୍କ ଖୈତାନ ଓ ତୁଷାର କାଲିଆ ଜଜ୍ କରିଥିଲେ ଓ ଅର୍ଜୁନ ବିଜଲାନି ଶୋ’କୁ ହୋଷ୍ଟ କରିଥିଲେ । ଶୋ ‘କୁ ଜଜ୍ ଭାବରେ ଆସିଥିଲେ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ବିଶାଲଙ୍କ ହୋମଟାଉନ ଜାମସେଦପୁର ବିଷୟରେ ମଧ୍ୟ ଚର୍ଚ୍ଚା କରିଥିଲେ ।