୭୪ ବର୍ଷରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ନବୀନ ଆଜି ୭୪ ବର୍ଷରେ ପାଦ ଥାପିଛନ୍ତି । ହେଲେ ଏଥର ବାତ୍ୟା ଫୋନି ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଲାଗି ଜନ୍ମଦିନ ପାଳନ ନ କରିବାକୁ ମନସ୍ଥ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେଣୁ ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନ ଆସିବାକୁ ସମର୍ଥକମାନଙ୍କୁ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରିବର୍ତ୍ତେ ଅନାଥାଶ୍ରମ, ଦିବ୍ୟାଙ୍ଗଙ୍କ ପାଖକୁ ଯାଇ ସେମାନଙ୍କ ପାଇଁ କିଛି କରିବାକୁ ପରାମର୍ଶ ଦେଇଛନ୍ତି। ସାଥୀରେ ପିଲାଙ୍କୁ ମଧ୍ୟ ନେବାକୁ ବାର୍ତ୍ତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପୁରୀ ବେଳାଭୂମିରେ ବାଲୁକାକଳାରେ ଶୁଭେଚ୍ଛା ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତାସହ ‘ହାପି ବାର୍ଥ ଡେ ନବୀନ ପଟ୍ଟନାୟକ’ ବୋଲି ମଧ୍ୟ ବାଲିରେ ଉଲ୍ଲେଖ କରିଛନ୍ତି ।  ଏହି ବାଲୁକା କଳାକୁ ଦେଖିବା ପାଇଁ  ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।