କଟକ: କଟକରେ ବାର୍ଡ ଫ୍ଲୁ ଆତଙ୍କ । ଏ ନେଇ ୩ମାସ ପର୍ଯ୍ୟନ୍ତ ସହରରେ କୁକୁଡା ଓ କୁକୁଡା ଜାତ ଦ୍ରବ୍ୟ ବିକ୍ରି ଉପରେ ନିଷିଦ୍ଧାଦେଶ ଜାରି କରାଯାଇଛି । ସୂଚନାଯୋଗ୍ୟ, କଟକ ଖପୁରିଆସ୍ଥିିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ହେବା ଜଣା ପଡିବା ପରେ ସହରରେ ଏନେଇ ଆତଙ୍କ ଖେଳି ଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଫୁଡ ସେଫ୍ଟି କର୍ମଚାରୀ ସହରରେ ଥିବା ବିଭିନ୍ନ ଚିକେନ୍ ସେଣ୍ଟରମାନଙ୍କରେ ନୋଟିସ୍ ଲଗାଇ ଲୋକମାନଙ୍କୁ ସଚେତନ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏଥିସହିତ ଏହି ରୋଗ ଯେଭଳି ଆଗକୁ ନ ବ୍ୟାପି ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି ଖବର ପ୍ରଚାର ହେବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି ।