ଆଜିଠୁ ହୀରାକୁଦରେ ପକ୍ଷୀଗଣନା ଆରମ୍ଭ

ସମ୍ବଲପୁର:ଆଜିଠାରୁ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପକ୍ଷୀ ଗଣନା କାର୍ଯ୍ୟ ୩ଟି ଡିଭିଜନରେ ବିଭକ୍ତ କରାଯାଇଛି ।

ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର ପାଇଁ ୭୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ସମ୍ବଲପୁର ବନ ବିଭାଗର ମୋଟ ୨୧ଟି ଟିମ୍ ଗଣନାରେ ସାମିଲ ଅଛନ୍ତି।

ପ୍ରତି ସେକ୍ଟରରେ ଜଣେ ଲେଖାଁଏ ବିଶେଷଜ୍ଞ, କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, ଏନଜିଓ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ପକ୍ଷୀଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ । ଏଥର ଜଳଭଣ୍ଡାରରେ ପାଣି ପର୍ଯ୍ୟାପ୍ତ ଥିବାରୁ ପକ୍ଷୀ ସଂଖ୍ୟା ବଢିଥିବା ଅନୁମାନ କରାଯାଉଛି ।