ଆଜିଠୁ ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା ଆରମ୍ଭ

ବ୍ରହ୍ମଗିରି: ଆଜିଠାରୁ ବ୍ରହ୍ମଗିରି ରେଞ୍ଜରେ ପକ୍ଷୀ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି ।  ଏଥିରେ ବନ ବିଭାଗ, ପକ୍ଷୀ ବିଶେଷଜ୍ଞ ଓ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କୁ ନେଇ ଚାରୋଟି ଟିମ୍‌ ସାମିଲ ହୋଇଛନ୍ତି। ଗଣନା କାର୍ଯ୍ୟରେ ପ୍ରାୟ ୨୪ ଜଣଙ୍କୁ ନିୟୋଜିତ କରାଯାଇଛି। ପୂରା ରେଞ୍ଜକୁ ୪ ଭାଗରେ ବିଭକ୍ତ କରାଯାଇ ଗଣନା କାର୍ଯ୍ୟ ଜାରି ରହିଛି।