ବିରାଟ – ଅନୁଷ୍କାଙ୍କ ଜଙ୍ଗଲ ଭିତରର ଫଟୋ ଭାଇରାଲ, ଜଙ୍ଗଲରେ କଣ କରୁଛନ୍ତି ଦେଖନ୍ତୁ

ମୁମ୍ବାଇ : ବିରାଟ କୋହେଲି ଓ ଅନୁଷ୍କା ଶର୍ମା ପୁଣି ଏବେ ଚର୍ଚ୍ଚାରେ । ଦୁହେଁଙ୍କ ଫଟୋକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା । ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି । ଜଙ୍କଲ ଭିତରେ ଦୁହିଁଙ୍କର ଏକାଠି ଫଟୋ ଏବେ ସୋସିଆଲ ମିଡିଆରେ ।


କ୍ରିକେଟ୍‌ ଖେଳରୁ ଛୁଟି ପାଇଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା ଛୁଟି କାଟିବାରେ ବ୍ୟସ୍ତ। ଉଭୟ ଏବେ ନ୍ୟୁଜିଲ୍ୟାଣ୍ଡର ଘଞ୍ଚ ଜଙ୍ଗଲରେ ରୋମାନ୍ସ କରୁଛନ୍ତି। ପୂର୍ବରୁ ଦୁହେଁ ଜଙ୍ଗଲ ମଧ୍ୟରେ ବସିଥିବାର ଏକ ଫଟୋ ଛାଡ଼ିଥିଲେ। ଏବେ ବିରୁଷ୍କା ଆଉ ଏକ ଜଙ୍ଗଲ ଭିତରର ଫଟୋ ଛାଡ଼ିଛନ୍ତି।
ପାଦରେ ଚାଲିଚାଲି ବିରାଟ-ଅନୁଷ୍କା ଜଙ୍ଗଲରେ ବୁଲୁଥିବାର ଦୃଶ୍ୟ ଅତ୍ୟନ୍ତ ସୁନ୍ଦର ହୋଇଛି । ଇନ୍‌ଷ୍ଟାରେ ଏହି ଫଟୋକୁ ଭଲ ରେସପନ୍ସ ମିଳିଛି ।


ଯେଉଁଥିରେ ଉଭୟ ବିରାଟ୍‌ ଏବଂ ଅନୁଷ୍କା ପରସ୍ପରର ହାତ ଧରି ଜଙ୍ଗଲ ମଧ୍ୟରେ ଚାଲୁଥିବାର ଦେଖିବାକୁ ମିଳୁଛି। ବିରାଟ୍‌ ଆଗରେ ଥିବା ବେଳେ ଅନୁଷ୍କା ତାଙ୍କ ପଛରେ ରହିଛନ୍ତି। ଉଭୟ କଳା ରଙ୍ଗର ପୋଷାକରେ ବେଶ ସୁନ୍ଦର ଦିଶୁଛନ୍ତି। ଏହି ଫଟୋକୁ ଅନୁଷ୍କା ନିଜ ଇନଷ୍ଟାଗ୍ରାମରେ ଛାଡ଼ିଛନ୍ତି। ଏହି ଫଟୋଟିକୁ ଏବେ କ୍ରିକେଟ୍‌ ପ୍ରେମୀ ଟ୍ୱିଟରେ ଛାଡ଼ିବା ସହ ମଜାଦାର କମେଣ୍ଟମାନ ଦେଇଛନ୍ତି।
ନ୍ୟୁଜିଲାଣ୍ଡରେ ଭାରତର ଐତିହାସିକ ସିରିଜ୍‌ ବିଜୟ ପରେ ବିରାଟ ଭାରତ ଫେରିଛନ୍ତି । ଭାରତ ଫେରିବା ପରେ ବିରାଟ ଏବଂ ଅନୁଷ୍କା କିଛି ଫଟୋ ଇନ୍‌ଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ବିରୁଷ୍କା ନ୍ୟୁଜିଲାଣ୍ଡର ଏକ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଛି ।