କଟକ : ସୁନ୍ଦରଗଡ଼ ସ୍ଥିତ ବିରମିତ୍ରପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ଗର୍ଭପାତ ମାମଲା କ୍ରାଇମ୍ବ୍ରାଞ୍ଚକୁ ହସ୍ତାନ୍ତରିତ କରାଯାଇଛି। କ୍ରାଇମ୍ବ୍ରାଞ୍ଚକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡିଜିପି ଅଭୟ। ତଦନ୍ତ ନିର୍ଦ୍ଦେଶ ପାଇବା ପରେ ଘଟଣାର ଛାନଭିନ ପାଇଁ ସୁନ୍ଦରଗଡ଼ ଗସ୍ତ କରିଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଏହି ମାମଲାରେ ବୀରମିତ୍ରପୁର ଥାନା ଆଇଆଇସିଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ତେଣୁ ପୋଲିସ ଡିଜି ସମ୍ପୃକ୍ତ ଥାନା ଅଧିକାରୀଙ୍କୁ ନିଲମ୍ବିତ ମଧ୍ୟ କରିଥିଲେ।