ସିସିଏସ୍‌ ଅଧ୍ୟକ୍ଷ ଦାୟିତ୍ୱ ନେବେ ରାୱତ

ନୂଆଦିଲ୍ଲୀ: ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଆସନ୍ତାକାଲି ସିସିଏସ୍‌ (ଚିଫ୍‌ ଅଫ୍‌ ଷ୍ଟାଫ୍‌ସ କମିଟି) ଅଧ୍ୟକ୍ଷ ଭାବ‌େ ଦାୟିତ୍ବ ଗ୍ରହଣ କରିବେ। ଅବସର ନେବାକୁ ଯାଉଥିବା ବାୟୁସେନା ମୁଖ୍ୟ ବିଏସ୍‌ ଧନୋଆଙ୍କଠାରୁ ସେ ଏହି ଦାୟିତ୍ବ ଗ୍ରହଣ କରିବେ। ୩ ସେନାମୁଖ୍ୟଙ୍କ ମଧ୍ୟରୁ ସବୁଠାରୁ ବରି‌ଷ୍ଠତମ ଅଧିକାରୀଙ୍କୁ ସିସିଏସ୍‌ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଥାଏ। ତେବେ ସିସିଏସ୍‌ ପଦରେ ଧନୋଆଙ୍କ ସ୍ଥାନରେ ରାୱତ୍‌ ଆସନ୍ତାକାଲି ଏହି ଦାୟିତ୍ବ ଗ୍ରହଣ କରିବେ। ଆସନ୍ତା ୩୦ ତାରିଖରେ ଧନୋଆ ଅବସର ନେଉଥିବାରୁ ଏହାପୂର୍ବରୁ ରାୱତଙ୍କୁ ଜଣେ ବରିଷ୍ଠତମ ଅଧିକାରୀ ଭାବେ ଏହି ଦାୟିତ୍ବ ମିଳିଛି। ଉଲ୍ଲେଖଯୋଗ୍ୟ ନରେଶ ଚନ୍ଦ୍ର ଟାସ୍କ ଫୋର୍ସର ସୁପାରିସ କ୍ର‌ମେ ୨୦୧୨ରେ ସିସିଏସ୍‌ ପଦବୀ ସୃଷ୍ଟି କରାଯାଇଥିଲା। ଭାରତୀୟ ସ୍ଥଳସେନା, ନୌସେନା ଏବଂ ବାୟୁସେନା ମୁଖ୍ୟଙ୍କୁ ‌ନେଇ ସିସିଏସ୍‌ ଗଠିତ।