ଜାତୀୟ ଗଣମାଧ୍ୟମ କାହିଁକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ : ଜାଣନ୍ତୁ

ଭୁବନେଶ୍ୱର: କୋଭିଡ୍‌-୧୯ ସଫଳ ମୁକାବିଲା କ୍ଷେତ୍ରରେ  ଓଡ଼ିଶା ଏକ ବିରଳ ଉଦାହାରଣ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯେଉଁଥି ପାଇଁ ଜାତୀୟ ସ୍ତରର ପ୍ରମୁଖ ଗଣମାଧ୍ୟମମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ବିପର୍ଯ୍ୟୟ ପରିଚାଳନାର ଚାଣକ୍ୟ’ ବୋଲି ଆଖ୍ୟାଦେବା ସହ କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ଗ୍ରହଣ କରିଥିବା ମଡେଲକୁ ସମଗ୍ର ଦେଶ ଓ ରାଜ୍ୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।
ତେବେ, କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜ୍ୟ ଗ୍ରହଣ କରିଥିବା ମଡେଲ ସଂପର୍କରେ ଆଜି ସୂଚନା ପ୍ରଦାନ କରିଛନ୍ତି କୋଭିଡ୍‌- ୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ସେ କହିଛନ୍ତି, ରାଜ୍ୟରେ କୋଭିଡ୍‌- ୧୯ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ୩ଟି ପରାମର୍ଶ ଦେଇଛନ୍ତି। ଏବଂ ଏହି ୩ଟି ପରାମର୍ଶର ହିଁ ପାଳନ ହେଉଛି। ୧) ମାନବିକତା ୨) ବ୍ୟାପକ ପରିକଳ୍ପନା ଓ ୩) ଅନୁଶାସନ। ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ନାଗରିକର ଯେପରି ସରକାରଙ୍କ ପ୍ରତି କର୍ତ୍ତବ୍ୟ ରହିଛି ଠିକ୍‌ ସେହିପରି ସବୁ ନାଗରିକଙ୍କ ପ୍ରତି ସରକାରଙ୍କର ମଧ୍ୟ କତ୍ତ୍‌ର୍ବ୍ୟ ରହିଛି। ସେ ଧନୀ ହେଉ କି ନିର୍ଧନୀ। ସେଥିପାଇଁ ୪.୫ କୋଟିଙ୍କ ମଧ୍ୟୃରୁ ୩.୩ କୋଟି ରାଜ୍ୟବାସୀଙ୍କ ପାଇଁ ଖାଦ୍ୟ ସୁରକ୍ଷା ଠାରୁ ଆରମ୍ଭ କରି ଅନ୍ୟ ବ୍ୟବସ୍ଥା କରି ଦେଇଛନ୍ତି।