ରାଜଧାନୀରେ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହ ମକ୍ ଡ୍ରିଲ୍‌; ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହୋଇଛି ବିମଷ୍ଟେକ୍ ରାଷ୍ଟ୍ର ସମୂହ ମକ୍ ଡ୍ରିଲ । ତେବେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଭୁବନେଶ୍ୱରସ୍ଥିତ ମେ’ ଫେୟାରରେ ଆରମ୍ଭ ହୋଇଛି ।

ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକ୍ ଡ୍ରିଲ୍ ଏକ୍ସରସାଇଜ୍‌ରେ ଏକାଠି ହେବେ ଭାରତ ସମେତ ବିମଷ୍ଟେକ୍ ରାଷ୍ଟ୍ର ସମୁହ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ୍‌ର ପ୍ରତିନିଧି । ୩ ଦିନ ଧରି ଚାଲିବ ବିପର୍ଯ୍ୟୟ ପରିଚାଳନା ନେଇ ଅଭ୍ୟାସ କାର୍ଯ୍ୟକ୍ରମ । ଚଳିତ ବର୍ଷ ବିମଷ୍ଟେକର ବିଷୟ ବିଶ୍ୱ ଐତିହ୍ୟ ସ୍ଥଳର ସୁରକ୍ଷା କୁ ମୁଖ୍ୟ ବିଷୟ ରଖା ଯାଇଛି ।

ଆଜି ଭୁବନେଶ୍ୱରରେ ମେ ଫେୟାର ହୋଟେଲରେ ଏକ ଏକ୍ସରସାଇଜ୍ ହୋଇଛି । ବାକି ଦୁଇ ଦିନ ପୁରୀ ରାମଚଣ୍ଡୀରେ ହେବ ଏକ୍ସରସାଇଜ୍ । ଫନି ବାତ୍ୟାର ଅଭିଜ୍ଞତାକୁ ନେଇ ନ୍ୟାସ୍‌ନାଲ୍ ଡିଜାଷ୍ଟର ମ୍ୟାନେଜମେଂଟ ଅଥରିଟି ପକ୍ଷରୁ ମକ୍‌ଡ୍ରିଲ କରା ଯାଇଛି । ବିପର୍ଯ୍ୟୟ ସମୟରେ ଐତିହ ସ୍ଥାନ ଗୁଡ଼ିକର କିଭଳ ଅଧିକ ସୁରକ୍ଷା କରାଯାଇ ପାରିବ ସେନେଇ ବିମ୍‌ଷ୍ଟେକ୍‌ରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଏନ୍‌ଡିଆର୍‌ଏଫ୍ ଡିଜି ।

ବିଶ୍ୱ ଐତିହ୍ୟ ଓ ପ୍ରତ୍ନତାତ୍ୱିକ ଗୁରୁତ୍ୱ ଥିବା ସ୍ଥଳଗୁଡିକରେ ବିପର୍ଯ୍ୟୟ ପରିଚାଳନା ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରାଯାଇଛି ।. ତେଣୁ ଏହାର ମୁକାବିଲା ପାଇଁ ସବୁ ରାଷ୍ଟ୍ର ଆଗେଇ ଆସିବା ଆବଶ୍ୟକ ବୋଲି କହିଛନ୍ତି ଏନଡିଆରଏଫ୍ ଡିଜି ସତ୍ୟନାରାୟଣ ପ୍ରଧାନ । ଏଥିପାଇଁ ଆଜିଠୁ ୨ ଦିନ ପାଇଁ ଓଡିଶାରେ ହେବ ବିମଷ୍ଟେକ୍ ରାଷ୍ଟ୍ର ସମୁହର ମକଡ୍ରିଲ୍ ।