ନୂଆଦିଲ୍ଲୀ: ସମଗ୍ର ଦେଶରେ ଜାତି ନିର୍ବିଶେଷରେ ସମସ୍ତ ନାଗରିକଙ୍କ ପାଇଁ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ସଂେଶାଧନ ଆଇନ୍ ଲାଗୁ କରାଯିବ ବୋଲି ଆଜି ସଂସଦର ରାଜ୍ୟସଭାରେ ଘୋଷଣା କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ ଜାତିକୁ ନେଇ ବିଭିନ୍ନ ସମୟରେ ଭେଦଭାବର ଶିକାର ହେଉଥିବା ଦେଶର ସମସ୍ତ ହିନ୍ଦୁ, ବୌଦ୍ଧ, ଶିଖ୍, ଜୈନ୍, ଖ୍ରିଷ୍ଟୀ୍ୟାନ୍ ଓ ପର୍ସୀ ଶରଣାର୍ଥୀମାନଙ୍କ ପାଇଁ ଏହି ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ସଂଶୋଧନ ଆଇନ୍ର ଆବଶ୍ୟକତା ରହିଥିବା କହିଛନ୍ତି, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା।
ଏଥିସହ ସଂସଦରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସ୍ପଷ୍ଟ କରି ଦେଇଛନ୍ତି ଯେ କିଛି ନିର୍ଦ୍ଧିଷ୍ଟ ଜାତିର ଲୋକଙ୍କୁ ଦେଶର ନାଗରିକ ତାଲିକାରୁ ବାଦ୍ ଦେବାପାଇଁ ଏହି ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଲାଗୁ କରାଯାଉଥିବା ନେଇ ଯେଉଁ ଅଭିେଯାଗ ଉଠାଉ ଅଛନ୍ତି ତାହା ସଂପୂର୍ଣ୍ଣ ଅମୂଳକ ଓ ଭିତ୍ତିହୀନ। ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ଠାରୁ ନାଗରିକତ୍ବ ସଂଶୋଧନ ଆଇନ୍ ସଂପୂର୍ଣ୍ଣ ରୂପେ ଭିନ୍ନ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏଥିସହ ସମଗ୍ର ଦେଶରେ ଜାତି ଓ ଧର୍ମ ନିର୍ବିଶେଷରେ ଦେଶର ସମସ୍ତ ନାଗରିକଙ୍କୁ ଏହି ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ସଂଶୋଧନ ଆଇନ୍ର ଅନ୍ତର୍ଭୁକ୍ତ କରାଯିବ ବୋଲି ସେ ସ୍ପଷ୍ଟ କରି ଦେଇଛନ୍ତି।