ନୂଆଦିଲ୍ଲୀ: ଚାରିଆଡେ କୋରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଚଳାଇଥିବାବେଳେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟସ୍ ଙ୍କ ଗେଟସ୍ ଫାଉଣ୍ଡେସନ୍ ସହାୟତାର ହାତ ବଢ଼ାଇଛନ୍ତି । କୋରୋନା ମୁକାବିଲା ପାଇଁ ଗେଟସ୍ ଫାଉଣ୍ଡେସନ୍ ୧୦୦ ମିଲିୟନ୍ ଡଲାର (ପ୍ରାୟ ୭୫୦କୋଟି ଟଙ୍କା) ଘୋଷଣା କରିଛି । ବିଲ ଗେଟସ୍ ଏହା ମଧ୍ୟ କହିଛନ୍ତି ଯେ ୭୫୦ କୋଟି ଟଙ୍କା ବ୍ୟତୀତ ୱାଶିଂଟନକୁ ସାହାଯ୍ୟ କରିବା ପାଇଁ ସେ ୩୭ କୋଟି ଟଙ୍କା ଦେବେ ।
ଗୁରୁବାର ଦିନ ବିଲ୍ ଗେଟସ୍ ଲୋକଙ୍କୁ ଶାନ୍ତ ରହିବାକୁ ଏବଂ କୋରୋନା ବିଷୟରେ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଗେଟସ କହିଛନ୍ତି ଯେ ଲୋକମାନେ ଯଦି ଘରୁ ବାହାରକୁ ଯିବେ ନାହିଁ ତେବେ ନୂତନ କୋରୋନା ରୋଗୀଙ୍କ ସଂଖ୍ୟା କମ୍ ହେବ ।
ଗେଟସ୍ କହିଛନ୍ତି ଯେ ସମଗ୍ର ବିଶ୍ୱ ଅର୍ଥନୈତିକ କ୍ଷତି ପାଇଁ ଚିନ୍ତିତ, କିନ୍ତୁ ବିକାଶଶୀଳ ଦେଶ ଅଧିକ ପ୍ରଭାବିତ ହେବେ, କାରଣ ଏପରି ଦେଶ ଧନୀ ଦେଶ ଭଳି ସାମାଜିକ ଦୂରତା ସୃଷ୍ଟି କରିପାରିବ ନାହିଁ । ବିକାଶଶୀଳ ଦେଶମାନଙ୍କରେ ଡାକ୍ତରଖାନାଗୁଡ଼ିକ କମ୍ ଏବଂ ସେମାନଙ୍କର କ୍ଷମତା ମଧ୍ୟ ବହୁତ କମ୍ ଅଟେ । ସେ କହିଛନ୍ତି ଯେ ଗେଟ୍ସ ଫାଉଣ୍ଡେସନ ଡାଇଗ୍ନୋଷ୍ଟିକ୍, ମେଡିସିନ୍ ଏବଂ ଟିକା ତିଆରି ଲ୍ୟାବ ସହିତ କାମ କରୁଛି ଓ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶୃତିବଦ୍ଧ ରହିଛି ।