ପରିବା କିଣିବାକୁ ଗଲେ ନେବେନି ବାଇକ୍

ଭୁବନେଶ୍ୱର: ଏଥର ପରିବା କିଣିବାକୁ ଗଲାବେଳେ ବାଇକ୍ ନେବା ଉପରେ ଲାଗିଲା କଟକଣା । ଏଥର ପରିବା କିଣିବାକୁ ଗଲେ ଆଉ ବାଇକ୍ ନେଇପାରିବେ ନାହିଁ ।

ବିନା କାରଣରେ ବାଇକରେ ଲୋକ ବୁଲିଲେ ମାମଲା ରୁଜ୍ଜୁ ହେବ । ଏପରିକି ନିୟମ ଉଲଘଂନକାରୀଙ୍କ ଗାଡ଼ି ମଧ୍ୟ ସିଜ୍ ହେବ ।  ସାମାଜିକ ଦୂରତ୍ୱ ମାନୁ ନଥିବାରୁ ଏପରି କଠୋର ହୋଇଛି ପୋଲିସ । ପରିବା କିଣିବାକୁ ବାଇକ ନେବାକୁ ବାରଣ କରିଛି ପୋଲିସ । ଚାଲିକି ଘର ପାଖ ପରିବା କିମ୍ବା ଗ୍ରୋସରୀ କିଣିବାକୁ ପରାମର୍ଶ ଦିଆଯାଇଛି । ଦୂରକୁ ବାଇକ୍ ନେଇ ପରିବା କିଣିବାକୁ ଗଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।