ଆୟୂଷ୍ମାନ୍ ଭାରତ ଯୋଜନା ବନାମ ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା

ଭୁବନେଶ୍ବର : ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେଉଛି ଦୁଇ ଦୁଇଟି ବଡ଼ ଯୋଜନା । କେନ୍ଦ୍ରର ଆୟୂଷ୍ମାନ୍ ଭାରତ ଯୋଜନା ବନାମ ରାଜ୍ୟର ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା । ଉଭୟ ସରକାର ନିଜ ନିଜ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିବେ ।

ଆୟୁଷ୍ମାନ ଭାରତ ବନାମ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନାଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେଉଛି ଦୁଇ ଦୁଇଟି ବଡ଼ ଯୋଜନା ଗୋଟେ କେନ୍ଦ୍ରର ତ ଅନ୍ୟଟି ରାଜ୍ୟର । ଆୟୁଷ୍ମାନ ଭାରତ ଯୋଜନାରେ ରାଜ୍ୟର ୩୦ ଲକ୍ଷ ହିତାଧିକାରୀ ବାଦ ପଡୁଥିବାରୁ ରାଜ୍ୟ ସରକାର ନିଜସ୍ବ ଯୋଜନା ଆରମ୍ଭ କରିବେ ବୋଲି ଘୋଷଣା କରିଥିଲ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ଆରମ୍ଭ ହେଉଥିବା ସ୍ବାସ୍ଥ୍ୟ ବୀମାରେ ରାଜ୍ୟର ୭୦ ଲକ୍ଷ ପରିବାର ଉପକୃତ ହେବେମହିଳାଙ୍କୁ ୭ଲକ୍ଷ ଓ ପୁରୁଷଙ୍କ ଲାଗି ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁରକ୍ଷା ଦେବେ ସରକାର

ସେହିଭଳି କେନ୍ଦ୍ରର ଆୟୁଷ୍ମାନ ଭାରତ ଯୋଜନା ବି ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେବ । ଏହି ଯୋଜନାରେ ଦେଶର ୧୦କୋଟି ୭୪ ଲକ୍ଷ ପରିବାର ଲାଭ ପାଇବେପ୍ରତି ପରିବାରକୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ ସୁରକ୍ଷା ଦେବେ କେନ୍ଦ୍ର ସରକାର

ଗରିବ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦୁଇଟି ଯୋଜନା କରିଛନ୍ତି । ଯେଉଁଠି ହିତାଧିକାରୀଙ୍କୁ ବିନା ପ୍ରିମିୟମରେ ସ୍ବାସ୍ଥ୍ୟ ବୀମା ସୁବିଧା ମିଳିବ ।